ସୀମାନ୍ତରେ ଯବାନ ଓ ନକ୍ସଲଙ୍କ ଗୁଳି ବିନିମୟ,୭ ନକ୍ସଲ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ନାରାୟଣ ପୁର ଜିଲ୍ଲାର ୫୦ କିମି ଦୂରରେ ଥିବା ଜଙ୍ଗଲ ମଧ୍ୟରେ ନକ୍ସଲ ଓ ଯବନ ଙ୍କ ମଧ୍ୟ ରେ ଗୁଳିବିନିମୟ ହେବା ଯୋଗୁଁ ଯବାନଙ୍କ ଏନକାଉଣ୍ଟର ରେ ଦୁଇ ମହିଳା ସମେତ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଆଜି ସକାଳ ୬ଟା ସମୟରେ ଆବୁଝାମାଡ ଜଙ୍ଗଲରେ ଡିଜିଆର ଓ ଏସଟିଏଫ ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ନକ୍ସଲ ଓ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଘଟଣା ସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହିତ ଏକେ-୪୭ ବନ୍ଧୁକ ଜବତ କରାଯାଇଛି ।ବସ୍ତର ଆଇଜି ସୁନ୍ଦର ରାଜ ୭ ନକ୍ସଲଙ୍କ ଶବ ଜବତ କରାଯାଇଥିବା ଗଣ ମାଧ୍ୟମକୁ ଜଣାଇଛନ୍ତି। ପ୍ରକାଶ ଥାଉ କି ଗତ ଏପ୍ରିଲ୍ ୧୬ ତାରିଖ ରେ ଯବାନ ମାନେ ୨୯ ଜଣ ନାବାଳକଙ୍କୁ ନିହତ କରି ଥିଲେ।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *