ରାଜେଶ କୁମାର ପାତ୍ର ହେଲେ ଓଡ଼ିଶା ସୁରକ୍ଷା ସେନାର କଟକ – ବାରବାଟୀ ବିଧାନ ସଭା ପ୍ରାର୍ଥୀ

କଟକ : ଚଳିତ ନିର୍ବାଚନ ପାଇଁ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ରାଜେଶ କୁମାର ପାତ୍ର ଙ୍କୁ କଟକ – ବାରବାଟୀ ବିଧାନ ସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଶ୍ରୀ ପାତ୍ର ପେଶାରେ ଜଣେ ସମାଜ ସେବୀ ଓ ଓଡ଼ିଶା ସୁରକ୍ଷା ସେନାର ରାଜ୍ୟ ଉପ – ସଭାପତି ଅଛନ୍ତି। ସେବା କାର୍ଯ୍ୟରେ ସେ ନିଜକୁ ସମର୍ପଣ କରି ପୂର୍ଣ୍ଣ-କାଳୀନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ତଥା ମିଷ୍ଟଭାଷୀ ବ୍ୟକ୍ତି ।

ଏହି ଘୋଷଣା ପରେ ଶ୍ରୀ ପାତ୍ର ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଆଭାର ପ୍ରକଟ କରିଛନ୍ତି । ଏହା ସହିତ କଟକରେ ବସବାସ କରୁଥିବା ଅନୁଷ୍ଠାନର ସବୁ କର୍ମକର୍ତ୍ତାଙ୍କୁ ଏହି ନିର୍ବାଚନୀ ଲଢେଇରେ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *