କ୍ରାନ୍ତି ଓଡିଶାର ଗ୍ଲୋବାଲ ଏକଶିଲେନ୍ସି ଆୱାର୍ଡ -2024 କାର୍ଯ୍ୟକ୍ରମ ଆୟୋଜିତ

କଟକ : କ୍ରାନ୍ତି ଓଡିଶା ଅନୁକୁଲ୍ୟ ରେ ଗ୍ଲୋବାଲ ଏକଶିଲେନ୍ସି ଆୱାର୍ଡ -2024 ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ର ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ସୁନାମଧନ୍ୟ ବ୍ୟକ୍ତିତ୍ୱ ଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କ୍ରାନ୍ତି ଓଡିଶା ତଥା ଓଡିଶା ସୁରକ୍ଷା ସେନାର ମୁଖ୍ୟ ଶ୍ରୀ ଅଭିଷେକ ଯୋଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ରାନ୍ତି ଓଡିଶା ର ପ୍ରକାଶକ ସବ୍ୟସାଚୀ ଶତପଥୀ ଓ ବାସ୍ତୁବିତ ଡ଼ା.ମୃତ୍ୟଞ୍ଜୟ ଦାଶ ଓ ବରିଷ୍ଟ ପାଲାଗାୟକ ଶ୍ରୀ ମଦନ ମୋହନ ଜେନା ଯୋଗଦେଇଥିଲେ ।

କାର୍ଯ୍ୟକ୍ରମ ରେ ଶ୍ରୀ ମଦନ ମୋହନ ଜେନା ଙ୍କୁ ବରିଷ୍ଠ ପାଲା ଗାୟକ ଓ ଜଣେ ଦକ୍ଷ ପ୍ରଶାସକ ଏବଂ ହିନ୍ଦୁ ଧର୍ମ ସଂସ୍କୃତି ପାଇଁ ତାଙ୍କ ଅବଦାନ ପାଇଁ ତାଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ରେ ଅଳଙ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସମାଜସେବା କ୍ଷେତ୍ର ରେ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ରାଜେଶ ପାତ୍ର ,ପ୍ରଶାନ୍ତ କୁମାର ପ୍ରହରାଜ , ସଞ୍ଜୟ କୁମାର ମିଶ୍ର , ଯୁବ ଉଦ୍ୟୋଗୀ ଭାବେ ଓଡିଶା ହସ୍ତ ତନ୍ତ ର ପ୍ରତିଷ୍ଠାତା ଶ୍ରୀମତୀ ସମାପ୍ତି ବଳ , ପରିବେଶବିତ ସାଇକ୍ରିଷ୍ଣ ଜେନା ,ଶିଶୁ ପ୍ରତିଭା ପ୍ରିୟାଂଶୁ ପଣ୍ଡା ,ଶିକ୍ଷା ସାହିତ୍ୟ ରେ ତପସ୍ୱିନୀ ମିଶ୍ର , ପ୍ରତ୍ୟୁଷା ଆମନ୍ତା , ଯୁବ ପାଲାଗାୟକ ଉମେଶ ପାଢ଼ୀ , ସଂଗୀତ ଲେଖକ ଶିତେଶ ପାତ୍ର , ମଡ଼େଲ କ୍ଷେତ୍ର ରେ ଡ଼ ପ୍ରିତମ ବାଗ ଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମ ପ୍ରିୟବ୍ରତ ଦାଶ ଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ,ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ଅଭିଷେକ ଯୋଶୀ ଉଦବୋଧନ ଭାଷଣ ଦେଇ ମଞ୍ଚ ଶୋଭା ବର୍ଦ୍ଧନ କରିଥିଲେ ,ଏବଂ ଏହି କାର୍ଯ୍ୟକ୍ରମ ଦ୍ୱାରା ସମାଜ ରେ ଆଗ ଧାଡ଼ି ରେ କାର୍ଯ୍ୟ କରୁଥିବା ଲୋକ ମାନେ ଉତ୍ସାହିତ ହେବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *