ରାଜଗାଙ୍ଗପୁର(ସମିସ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବୁଢ଼ାଆମ ପଞ୍ଚାୟତର ଢେଙ୍ଗୁରପାଣି ଗ୍ରାମ ରେ ଏକ ଅଶୋଭନୀୟ ଘଟଣା ରେ ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଛି l ଘଟଣାରୁ ପ୍ରକାଶ ଯେ ଗତ କାଲିସନ୍ଧ୍ୟା ରେ ଢେଙ୍ଗୁରପାଣି ଗ୍ରାମର ଜନ ଅମିତ କୁଜୁର (୪୦) ଙ୍କ ପୁଅ ଜ୍ଞାନଦୀପ କୁଜୁର( ୬) ଖେଳୁ ଥିବା ସମୟରେ ବିଷାକ୍ତ ସାପ କାମୁଡି ଦେଇଥିଲା ସେମାନେ ଗାଉଁଲି ଚିକିତ୍ସା ଝଡ଼ା ଫୁଙ୍କା କରିବା ପରେ ତାର ଅବସ୍ଥା ଗୁରୁତର ହେବା ପରେ ଜ୍ଞାନକୁ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରି ବହୁ ଚେଷ୍ଟା କରିବା ପରେ ମଧ୍ୟ ଗତ ରାତ୍ର ରେ ତାର ମୃତ୍ୟୁ ହୋଇ ଯାଇଥିଲା l

ପୁଅର ମୃତ୍ୟୁ ଖବର ଶୁଣି ସୁକାନ୍ତି କୁଜୁର (୩୬) ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମଧ୍ୟ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା l ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଛେଦ ପରେ ଦୁହେଁ ଙ୍କ ଶବକୁ ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରା ଯାଇ ଥିବା ଜଣା ଯାଇଛି l