ଗଞ୍ଜେଇ ଚୋରା ଚାଲାଣ ମାମଲା

(୧୦ ବର୍ଷ କାରାଦଣ୍ଡ ୧ ଲକ୍ଷ ଟଙ୍କା ଜୋରିମାନା)

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ବତନ୍ତ୍ର ଜଜ୍ ବିକ୍ରମ ପଟ୍ଟନାୟକ ଗୁରୁବାର ୧ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମଧ୍ୟପ୍ରଦେଶ ରାଜ୍ୟର ଅହମ୍ମଦ ନଗର ଅଞ୍ଚଳର ଅଜୟ ରାଜାରାମ ନାମକ ଜଣେ ବ୍ୟକ୍ତିଙ୍କର ମାମଲା ଶୁଣାଣି କରି ୧୦ ବର୍ଷ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅନାଦେୟେ ୬ ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଏପ୍ରିଲ ୨୯ ତାରିଖ ୨୦୨୩ ରେ ଅଭିଯୁକ୍ତ ରାଜାରାମ ଏକ ପିକ୍‌ଅପ୍ ଭ୍ୟାନରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ କାଲିମେଳା ବ୍ଲକ୍ ଅନ୍ତର୍ଗତ ଗମ୍ପାକୋଣ୍ଡା ଠାରୁ ଚୋରା ଚାଲାଣ କରୁଥିବା ସମୟରେ ଏମ୍‌ଭି- ୬୬ ନିକଟରେ ଅବକାରୀ ପ୍ରଶାନ୍ତ କୁମାର ସେଠୀ ଏବଂ ଅନ୍ୟ କର୍ମଚାରୀମାନେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ଗାଡ଼ିରେ ଦୁଇଟି ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ଥିବା ଦେଖ‌ିବାକୁ ପାଇଥିଲେ। ଏ ନେଇ ଅବକାରୀ ବିଭାଗ ଗଞ୍ଜେଇ ଓ ଗାଡ଼ି ଜବତକରି ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ୨୦ (ଖ) (II) ସି ଅନୁଯାୟୀ ମକଦ୍ଦମା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ହାଜତକୁ ପଠାଇ ଦେଇଥିଲେ। ଏହି ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଶ୍ରୀ ପଟ୍ଟନାୟକ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ମାମଲା ଟିକୁ ସରକାରୀ ଓକିଲ ବିଜୟ କୁମାର ମହାନ୍ତି ପରିଚାଳନା କରିଥିଲେ।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *