କଟକ ବାରବାଟୀ ର କଂଗ୍ରେସ ଦଳ ତରଫରୁ ମଙ୍ଗ ଧରି ପାରନ୍ତି ଇଂ ମହମ୍ମଦ ମୋକିମ୍ ଙ୍କ ଝିଅ ସୋଫିଆ ଫିରଦୋସ।

ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।

ଗତ କିଛିଦିନ ଧରି ମହମ୍ମଦ ମୋକିମ୍ ଙ୍କ ନିର୍ବାଚନ ଲଢ଼ିବା ନେଇ ଯେଉଁ କଳ୍ପନା ଜଳ୍ପନା ଚାଲି ଥିଲା ତାହାର ଅନ୍ତ ଘଟିଲା। ଆସନ୍ତା ନିର୍ବାଚନରେ ମହମ୍ମଦ ମୋକିମ୍ ପ୍ରାର୍ଥୀ ହୋଇ ପାରିବେନି ଏହା ଆଇନୀ ଗତ ରାୟ ଶୁଣିଲା ପରେ କଟକ ବାରବାଟୀ କି କଟକ ନୂହେଁ ସବୁ ମହଲରେ ଏହା ଏକ ଆଲୋଚନା ଓ ସମ୍ବେଦନଶୀଳ ବିଷୟ ବସ୍ତୁ ହୋଇଛି। ସାଧାରଣ ଜନତା ବୁଦ୍ଧିଜୀବୀ ମହଲରେ ମହମ୍ମଦ୍ ମୋକିମ୍ ଙ୍କ ପ୍ରତି ଅନ୍ୟାୟ କରାଯାଇଅଛି ବୋଲି ତୀବ୍ର ନିନ୍ଦା କରା ଯାଇଛି। ସମଗ୍ର କଂଗ୍ରେସ ଦଳର ସେ ଏକ ମାତ୍ର ନିର୍ଭର ଯୋଗ୍ୟ ବିଜୟି ପ୍ରାର୍ଥୀ ଭାବେ ସମସ୍ତେ ଜାଣନ୍ତି। କଟକବାସୀ ତଥା କଟକ ବାରବାଟୀ ର ଜନସାଧାରଣଙ୍କ ସୁଖ ଦୁଃଖ ର ସାଥୀ ହୋଇ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗତ 5 ବର୍ଷ ଧରି ନିରବଚ୍ଛିନ୍ନ କାର୍ଯ୍ୟ କରିଛନ୍ତି।ତାଙ୍କ ପ୍ରତି ସମସ୍ତଙ୍କ ସମର୍ଥନ ଥିବା ସ୍ଥଳେ ଆକ୍ରୋଶ ମନୋଭାବରେ ତାଙ୍କୁ ନିର୍ବାଚନ ପୂର୍ବରୁ ହଟାଇ ଦିଆ ଯାଇଛି। ଆଜି ଦିଲ୍ଲୀରୁ ଫେରୀବା ପରେ କଂଗ୍ରେସ ଦଳର କର୍ମକର୍ତ୍ତା, ତଥା ବରିଷ୍ଠ କର୍ମୀ, କର୍ପୋରେଟର,ଆଇନୀଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା,ସାହିର ମୁରବୀ ଓ ଅନେକ ସମର୍ଥକ ତାଙ୍କୁ ସମବେଦନା ଦେଇ ସନ୍ଧ୍ୟାରେ ଏକ ବୈଠକ ରଖି ଥିଲେ ଏହି ବୈଠକରେ କଂଗ୍ରେସ କର୍ମକର୍ତ୍ତା ଙ୍କ ସହ ସାଧାରଣ ଲୋକେ ବରିଷ୍ଠ ନାଗରିକ ମାନେ ତାଙ୍କର ଝିଅ ସୋଫିଆ ଙ୍କୁ କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀନୀ କରିବାର ଦାବୀ କରିଥିଲେ। ସର୍ବସମ୍ମତି କ୍ରମେ ସମସ୍ତ ଙ୍କ ର ଅନୁରୋଧ ରେ ସୋଫିଆ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ସଂଗ୍ରାମ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମତ ଦେଇଥିଲେ। ସୋଫିଆ ଜନେ ଉଚ୍ଚ ଶିକ୍ଷିତା ଇଞ୍ଜିନିୟର, ,ସଫଳ ବ୍ୟବସାୟୀକ ଜ୍ଞାନ, ତଥା ମୋକିମ୍ ଫାଉଣ୍ଡେସନର ପରିଚାଳିକା। ଗତ 2014 ନିର୍ବାଚନରେ ସେ ମହମ୍ମଦ ମୋକିମ୍ ଙ୍କ ପାଇଁ ପ୍ରଚାର କରିଥିଲେ, 2019 ନିର୍ବାଚନରେ ସେ ନିର୍ବାଚନ ଦାୟିତ୍ଵରେ ଥିଲେ। ତାଙ୍କର ବ୍ୟବହାର ତଥା ଉତ୍ତମ ସମ୍ପର୍କ ପାଇଁ ସବୁ ମହଲରେ ତାଙ୍କର ସୁସମ୍ପର୍କ ଅଛି।ସ୍ବାଭିମାନୀ କଟକବାସୀ ଙ୍କ ମନରେ ହୋଇଥିବା ଆଘାତକୁ ପୋଛି ଦେବା ପାଇଁ, ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ କଟକ ଭଲି ଏକ ଭାଇ ଚାରା ବୁଦ୍ଧିଜୀବୀ ସହରକୁ ସେ କଟକ ବାରବାଟୀ ର ଝିଅ ଓ ବୋହୁ ଭାବେ ନିର୍ବାଚନ ରେ ପ୍ରାର୍ଥୀନୀ ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *