ପଡିଆ ଗ୍ରାମରେ ମହୁମାଛି ଆତଙ୍କ ,୨୫ ଆହତ

ମାଲକାନଗିରି : ଗତ କିଛି ଦିନ ହେଲା ମହୁମାଛି ଆତଙ୍କରେ ବାଟୋଇ ମାନେ ଭୟଭୀତ ହୋଇଛନ୍ତି । ମହୁମାଛି ଆକ୍ରମଣରେ ୨୫ ରୁ ଊର୍ଦ୍ଧ୍ବ ଶିକାର ହୋଇ ଆହତ ହୋଇଛନ୍ତି । ମହୁମାଛି ସୃଷ୍ଟି କରୁଛି ଭୟର ବାତାବରଣ l ପେନ୍ଥା ପେନ୍ଥା ମହୁଫେଣା ଗଛରେ ବସା ବାନ୍ଧି ଲୋକଙ୍କୁ କରୁଛି କଲବଲ l ମହୁମାଛି ଆକ୍ରମଣରେ ପ୍ରତିଦିନ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି ୧୦ରୁ ଊର୍ଦ୍ଧ୍ୱ ମହୁମାଛି ଆକ୍ରାନ୍ତ l ଏହିଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ପଡ଼ିଆ ଗ୍ରାମରେ l ଗତ କିଛିଦିନରୁ ପଡ଼ିଆ ବ୍ଲକର ବନବିଭାଗ ଅଫିସର ଏକ ଗଛରେ ବସା ତିଆରି କରି ରହୁଛନ୍ତି ମହୁମାଛି l ହେଲେ ସେହି ରାସ୍ତାରେ ଲୋକେ ଗଲେ ସମସ୍ତଙ୍କୁ ଆକ୍ରମଣ କରୁଛି ମହୁମାଛି, ସେହି ରାସ୍ତା ଦେଇ ମେଡ଼ିକାଲ କିମ୍ବା ବ୍ଲକକୁ ସମସ୍ତଙ୍କୁ ଯିବାକୁ ପଡିଥାଏ ହେଲେ ମହୁମାଛି ପାଇଁ ଭୟଭୀତ ହେବାକୁ ପଡୁଛି ଲୋକଙ୍କୁ l ଏହି ବାଘୁଆ ମହୁମାଛି ଆକ୍ରମଣରେ ଆହତ ଓ ଅସୁସ୍ଥ ହେଲେଣି ୧୦ରୁ ଊର୍ଦ୍ଧ୍ବ ଅଞ୍ଚଳବାସୀ l ପଡ଼ିଆ ସଦର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ନିକଟ ବନ ବିଭାଗ ଛକରେ ଏକ ପ୍ରକାଣ୍ଡ ଗଛରେ ବାଘୁଆ ମହୁମାଛିର ଫେଣା ତିଆରି କରି ଦୀର୍ଘ ଦିନ ଧରି ମହୁ ମାଛି ରହି ଆସୁଛନ୍ତି l ପ୍ରଥମେ କିଛି କ୍ଷତି କରୁ ନଥିଲା ବେଳେ ଏବେ କିଛି ଦିନ ଧରି ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି, ଏହାକୁ ନେଇ ଅଞ୍ଚଳବାସୀ ଏକ ପ୍ରକାର ସେହି ରାସ୍ତାରେ ଯିବା ଆସିବା ପାଇଁ ଭୟ କରୁଛନ୍ତି l ଗତ କିଛିଦିନ ତଳେ ମହୁମାଛି ଆକ୍ରମଣରେ ପଡିଆ ସଦର ଗ୍ରାମର ମାଝୀ ଭୀମା ରାଓ (୪୮) , ପି ଏଙ୍କଟ ରାଓ, ଏବଂ ଜଣେ ସ୍କୁଲ ଛାତ୍ରୀଙ୍କୁ ମହୁ ମାଛିମାନେ ଆକ୍ରମଣ କରି ଆହତ କରିଥିବା ବେଳେ ଆଜି ତିନି ଜଣଙ୍କୁ ଆକ୍ରମଣ ଫଳରେ ଆହତ ହୋଇ ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି l ଏମାନେ ହେଲେ ସ୍ଥାନୀୟ ବୁଦ୍ଧିମନ୍ତ ରାୟ(୬୦), ଏଲ ତିରୁପତି (୪୬), ଏଲ ରାହୁଲ (୬) ବୋଲି ଜଣାପଡ଼ିଛି। ଡାକ୍ତର ରାଜନାରାୟଣ ସିଂ ଏମାନଙ୍କର ଚିକିତ୍ସା କରିଥିବା ଜଣାପଡ଼ିଛି l ଏହିପରି ଦୀର୍ଘ ଦିନ ଧରି ମହୁମାଛି ର ଶିକାରରେ ୨୦ ରୁ ୨୫ଜଣ ଆହତ ହେଲେଣି । ମୁଖ୍ୟ ରାସ୍ତା ହେବା ଶହ ସ୍ଵାସ୍ଥ୍ୟକେନ୍ଦ୍ର ନିକଟ ବନବିଭାଗ କାର୍ଯ୍ୟାଳୟ ହତା ମଧ୍ୟରେ ଥିବା ଗଛରେ ୩ଟି ବାଘୁଆ ମହୁ ଫେଣା ଦେଖିବାକୁ ମିଳିଛି । ଏହାର ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେଇ ମହୁମାଛି ମାନଙ୍କୁ ଘଉଡ଼ାଇବା ପାଇଁ ସ୍ଥାନୀୟ ସରପଞ୍ଚ ଗଙ୍ଗା କାରାମ ଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି l ବର୍ତ୍ତମାନ ଏହି ରାସ୍ତାରେ ଲୋକମାନେ ସ୍ଵାସ୍ଥ୍ୟକେନ୍ଦ୍ରକୁ ଏବଂ କାଲିମେଳା ଯିବାକୁ ଡରୁଥିବା ଦେଖିବାକୁ ମିଳିଛି l

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *