ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଲେ ପ୍ରଣବ ଦାସ

ମାଲକାନଗିରି : ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ( ବବି ଭାଇ ) ଏକ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ ରେ ଆସି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଚଳିତ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ମାଲକାନଗିରି ଜିଲ୍ଲାର ୨ଟି ବିଧାନସଭା ଆସନ ଓ ସାଂସଦ ଆସନ କିଭଳି ବିପୁଳ ଭୋଟରେ ବିଜେଡିକୁ ବିଜୟ ଲାଭ କରିବା ଦୃଢୋକ୍ତି ପ୍ରକାଶ କରିଥିଲେ। ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପଡିଆ ବ୍ଲକର ସଂଖ୍ୟାଧିକ ବରିଷ୍ଠ ସକ୍ରିୟ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଥିଲେ । ମାଲକାନଗିରି ବିଜୁ ଜନତା ଦଳ ଦଳୀୟ ସାଙ୍ଗଠନକୁ ମଜବୁତ କରିବା ଏବଂ ରାଜ୍ୟର ବିକାଶକୁ ଆଗେଇ ନେବା ନିମନ୍ତେ କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ,ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ,ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ପ୍ରମୁଖଙ୍କ ସହ ମାଲକାନଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ସକ୍ରିୟ କାର୍ଯ୍ୟକର୍ତ୍ତା ,ଯୁବ ,ଛାତ୍ର ମହିଳାମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *