ଅମୃତ ଜ୍ୟୋତି ପୁସ୍ତକ ଲୋକାର୍ପଣ ଓ ଶ୍ରୀଜଗନ୍ନାଥଙ୍କ କଥାମୃତ ଚ୍ୟାନେଲ ଉଦଘାଟିତ

ପୁରୀ : ଶ୍ରୀ ମନ୍ଦିର ସିଂହଦ୍ୱାରର ପତିତପାବନ, ଅରୁଣସ୍ତମ୍ଭଙ୍କ ସମ୍ମୁଖରେ ଶ୍ରୀ ଧାମ ଜ୍ୟୋତି ବାସ୍ତୁ ଗବେଷଣା ପ୍ରତିଷ୍ଠାନର ତ୍ରୟମାସିକ ପୁସ୍ତକ “ଅମୃତ ଜ୍ୟୋତି” ଲୋକାର୍ପିତ ଓ କାଳିଆର ଦିବ୍ୟ କଥାମୃତ ପରିଷଦ, ପୁରୀ,ଓଡିଶାର “ଶ୍ରୀ ଜଗନ୍ନାଥଙ୍କ କଥାମୃତ” ୟୁଟୁବ ଚ୍ୟାନେଲ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରାରମ୍ଭରେ ବଳାରାମକୋଟ ମଠ ମହନ୍ତ ରଘୁବୀର ଦାସ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥଙ୍କୁ ଭକ୍ତିପୁତ କୁସୁମାଞ୍ଜଳି ଅର୍ପଣ ସହ ଶ୍ରୀ ଜଗନ୍ନାଥଙ୍କ ସ୍ତବ ଗାନ କରିଥିଲେ। ଉଭୟ ଅନୁଷ୍ଠାନର ସଭାପତି ତଥା ସଂସ୍କୃତି ଗବେଷକ ଅଧ୍ୟାପକ ଡ଼. ବଳରାମ ଦାଶ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରଗତି ପାଇଁ ଭକ୍ତିପୂତ ଭାବରେ ଶ୍ରୀ ଜଗନ୍ନାଥଙ୍କୁ ଆତ୍ମନିବେଦନ କରି ଆଜି ନୂତନ ଓଡ଼ିଆନବବର୍ଷର ଶୁଭକାମନା କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଭକ୍ତମାନଙ୍କର ସହଯୋଗ କାମନା କରିଥିଲେ।

ଶ୍ରୀ ଧାମ ଜ୍ୟୋତି ବାସ୍ତୁ ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ଦୟାନିଧି ପଣ୍ଡା ଓ କାଳିଆର ଦିବ୍ୟ କଥାମୃତ ପରିଷଦ ପୁରୀ,ଓଡିଶାର ସମ୍ପାଦକ ଅଂଶୁମାନ ଜେନା ଆଜି ଓଡ଼ିଆ ନବବର୍ଷରେ ଜନସାଧାରଣଙ୍କର ଶୁଭମନାସୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ପ୍ରବଚକ ଦଣ୍ଡପାଣି ମହାପାତ୍ର, ବରିଷ୍ଠ ସେବକ ଭଗବାନ ମହାସୁଆର,ରଘୁନାଥ ଦାସ ମହାପାତ୍ର,କବି ଶିବ ସୁନ୍ଦର ମିଶ୍ର, ମହନ୍ତ ରାମ ଚରଣ ଦାସ ମହାରାଜ ଓ ସମାଜସେବୀ ଜୟନ୍ତୀ ମହାପାତ୍ର, ଅଧ୍ୟାପକ ଡ଼. ଶଶିକାନ୍ତ ରଥ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷକୁମାର ସେଠୀ, ଦୋଳଗୋବିନ୍ଦ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ଆଚାର୍ଯ୍ୟ,ଜଗବନ୍ଧୁ ଜେନା,ସ୍ବେଛାସେବୀ ଦିବ୍ୟଜ୍ୟୋତି ପଣ୍ଡା, ରୁଦ୍ରପ୍ରସାଦ ଖଣ୍ଡୁଆଳ ଉପସ୍ଥିତ ରହି ଜୟଦେବଙ୍କ ରଚିତ ଗୀତଗୋବିନ୍ଦ,ଭଜନ ଓ ଜଣାଣ ଗାନ କରି ପରିବେଶକୁ ଜଗନ୍ନାଥମୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭକ୍ତମାନେ ଶ୍ରଦ୍ଧାର ସହ ଉପଭୋଗ କରୁଥିଲେ।

Leave a Reply

Your email address will not be published. Required fields are marked *