ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା ମିଶିଲେ ଆପ୍ ରେ

ମାଲକାନଗିରି : ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଭବନରେ ଆୟୋଜିତ ଆମ ଆଦାମି ପାର୍ଟି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲାର ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା ସେମାନଙ୍କ ସମର୍ଥକମାନଙ୍କୁ ନେଇ ଆମ ଆଦମୀ ପାର୍ଟିରେ ମିଶିଛନ୍ତି। ଗତ ୧୩ ତାରିଖ ଦିନ ଭୁବନେଶ୍ଵରର ସ୍ଥିତ ଲୋହିଆ ଏକାଡେମୀ ଭବନରେ ଆମ ଅଦାମୀ ପାର୍ଟି ଓଡିଶା ତରଫରୁ ଏକ ମହା ମିଶ୍ରଣ ପର୍ବ ହୋଇଥିଲା, ଏହି ମିଶ୍ରଣ ପର୍ବରେ ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରୁ ଶରତ ଚନ୍ଦ୍ର ବୁରୁଡ଼ା ଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲାରୁ ବହୁ କଂଗ୍ରେସ, ବିଜେଡି ଓ ବିଜେପି ଦଳର କର୍ମୀମାନେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । ଶ୍ରୀ ବୁରୁଦା ପୂର୍ବରୁ କଂଗ୍ରେସ ଦଳରେ ସାମିଲ୍ ଥିବା ବେଳେ ତାଙ୍କୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ବିଧାୟକ ଟିକେଟ ଦେଇ ନଥିଲା ବେଳେ କଂଗ୍ରେସ ଦଳ ଟିକେଟ ଦେବା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଥିଲା । ଶ୍ରୀ ବୁରୁଦା ଏଥିପାଇଁ ରାଜି ନ ହେବାରୁ ତାଙ୍କର ଟିକେଟ କଟା ଯାଇଥିବା ସେ ଗଣ ମାଧ୍ୟମରେ ପ୍ରାକାଶ କରିଥିଲେ।ପରେ ଶ୍ରୀ ବୁରୁଦା କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଆମ୍ ଆଦମୀ ପାର୍ଟିରେ ମିଶିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଶ୍ରୀବୁରୁଦା ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆମ ଆଦମୀ ପାର୍ଟିରେ ଗତ ୧୩ ତାରିଖ ଦିନ ବହୁ କର୍ମକର୍ତ୍ତାଙ୍କ ସହ ଆମ୍ ଆଦମୀ ପାର୍ଟିରେ ମିଶିଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ଯ ସାଧାରଣ ସଂପାଦକ ସୌମ୍ଯ ରଞ୍ଜନ ସ୍ବାଇଁ, ରାଜ୍ୟ ସଂପାଦକ (ତଥ୍ୟ) ଅମୀୟ ଶର୍ମା, ରାଜ୍ୟ ଯୁବ ସଭାପତି ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଦିଲ୍ଲୀ ଓ ପଞ୍ଜାବର ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଆମ ଆଦମୀ ପାର୍ଟିକୁ ତୃଣମୂଳ ସ୍ତରରେ ପ୍ରଚାର ପ୍ରସାର କରି ଦଳ କୁ ସୁଦୃଢ କରି ଦୁଇଟି ବିଧାୟକ ଦେଇ ବିଜୟ ହେବାର ସଂକଳ୍ପ ନେଇଛନ୍ତି, ସମସ୍ତ ନୂତନ ସଦସ୍ୟଙ୍କୁ ରାଜ୍ୟ ପ୍ରଭାରୀ, ଦିଲ୍ଲୀ ବିଧାୟକ ବୀରେନ୍ଦ୍ର ସିଂ କଡ଼ିଆନ ଓ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଉତ୍ତରୀୟ ଓ ଟୋପି ଦେଇ ଆମ୍ ଆଦମୀ ପାର୍ଟିରେ ସାମିଲ କରିଥିଲେ l ମାଲକାନଗିରି ଜିଲ୍ଲା ସଭାପତି କେ. ଦେଶୀ ରାଜୁ ଅଚାରୀ ସମସ୍ତ ନୂତନ ସଦସ୍ୟ ଙ୍କୁ ସ୍ୱାଗତ ଜଣାଇଥିଲେ । ଏହାବ୍ୟତୀତ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଆଇନଜୀବୀ ରବିନ୍ଦ୍ରନାଥ ମାଢି ଏବଂ ମାଥିଲି ବ୍ଳକ ସଭାପତି ସନ୍ତୁ କୁମାର ବିଶ୍ବାସ ଉପସ୍ଥିତ ଥିଲେ ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *