ଗଣ ମାଧ୍ଯମର ଭୂମିକା

(ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମ.ଏ , ସମାଜ ବିଜ୍ଞାନ)

ଗଣ ମାଧ୍ଯମକୁ ଚତୁର୍ଥ ସ୍ତମ୍ଭ କୁହାଯାଏ Iଏହା ସତ୍ଯ ଏବଂ ନିରପେକ୍ଷ ହେବା ଉଚିତ Iଏଥିରୁ ଯଦି ପଥ ଚ୍ଯୁତ ହୁଏ,ତେବେ ଗଣ ମାଧ୍ଯମ ଉପରେ ଯେଉଁମାନେ ବିଶ୍ବାସ ଭରସା କରିଥାନ୍ତି,ସେମାନ ମନରେ ଘୃଣା ସୃଷ୍ଟି ହେବ I ଆଜିକାଲି ଅନେକ ଗଣ ମାଧ୍ଯମ ସମାଲୋଚନାର ପାତ୍ର ହୁଅନ୍ତି,କାରଣ କିଛି ଗଣ ମାଧ୍ଯମ ରାଜନୈତିକ ବ୍ଯକ୍ତି ବିଶେଷଙ୍କ ହାତ ବାରିସୀ ହୋଇ କାର୍ଯ୍ଯ କରିଥାନ୍ତି Iଆଉ କିଛି ଗଣ ମାଧ୍ଯମର ମାଲିକ ରାଜନୈତିକ ଦଳର ବ୍ଯକ୍ତି ହୋଇଥାନ୍ତି Iଏଣୁ ସ୍ଥଳ ବିଶେଷରେ ସମ୍ବାଦ ବା ଖବରଟି ସତ୍ଯ ତଥା ନିରପେକ୍ଷ ହେବା କଷ୍ଚ ସାଧ୍ଯ ହୋଇ ପଡେ I ଏଣୁ ଲୋକମାନଙ୍କ ମନରେ ସଠିକ ସମ୍ବାଦ ପରିବେଶଣ ନହେବା ଯୋଗୁଁ ଗଣ ମାଧ୍ଯମ ସମାଲୋଚନାର ସରବ୍ଯ ହୁଏ I ବର୍ତ୍ତମାନ ଶାସକ ଦଳର ଭୁଲ ତୃଟିକୁ ସମାଲୋଚନା କରିବା ପାଇଁ ଗଣ ମାଧ୍ଯମର ଭୂମିକା ସନ୍ଦେହ ସଂକୁଳ ଅବସ୍ଥାରେ ଗତି କରୁଛି I ମନ୍ତ୍ରୀମାନେ ବହୁ ଅପରାଧରେ ଜଡିତ ଥିଲେ ମଧ୍ଯ ଗଣ ମାଧ୍ଯମ ବେଳେ ବେଳେ ଅନ୍ଯାୟ,ଅନୀତି,ଭ୍ରଷ୍ଟାଚାରକୁ ପ୍ରସୟ ଦେଇ ନିରବ ଦ୍ରଷ୍ଚା ସାଜିବା ଦୁଃଖଦ ଘଟଣା Iଏଣୁ ଗଣତନ୍ତ୍ତ ବର୍ତ୍ତମାନ ରାଜତନ୍ତ୍ର ଏବଂ ସ୍ବେଛାଚାରରେ ବଦଳିଲା ପରି ମନେ ହୁଏ Iଅମଲାତନ୍ତ୍ର ମଧ୍ଯମ ମନ୍ତ୍ରୀ ଏବଂ ବିଧାୟକମାନଙ୍କ ନିର୍ଦ୍ଦେଶରେ କାର୍ଯ୍ଯ କରି ଆସୁଛି I ଗରିବ ପାଇଁ ଯାହା ସୁବିଧା ସୁଯୋଗ ଆସୁଛି,ତାହା ଦଳୀୟ ଲୋକମାନେ ହାତେଇଥାନ୍ତି Iନିରପେକ୍ଷ ଚିନ୍ତାଧାରା ଅମଲାତନ୍ତ୍ରରେ ନଥିବାରୁ ବାସ୍ତବ ଗରିବ ଅବହେଳିତ ଅବସ୍ଥାରେ ରହୁଛି Iପଞ୍ଚାୟକ ସ୍ତରରେ ନାମକୁ ମାତ୍ର ଗ୍ରାମ ସଭା ବା ପଲ୍ଲୀସଭା ହେଉଛି,କିନ୍ତୁ ଯୋଜନା ଦଳୀୟ ଭିତ୍ତିରେ ସ୍ଥିରୀକୃତ ହେଉଛି Iଆଜି ମଧ୍ଯ ଗିରବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଯୋଜନା ସଠିକ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉ ନାହିଁ Iଗ୍ରାଞ୍ଚଳରେ ନଡା ଛପର ଝାମାଟି ଘର ଆଜି ଦେଖିବାକୁ ମିଳିଛି Iଭୂମିହୀନଙ୍କୁ ବିଭିନ୍ନ ଯୋଜନାରେ ସରକାରୀ ଜମି ଯୋଗାଇ ଦିଆ ଯାଉଛି,ମାତ୍ର ଯେଉଁ ଗରିବମାନେ ସରକାରୀ ଜମିରେ ବାସ କରି ରହି ଆସୁଛନ୍ତି,ସେମାନଙ୍କ ଘରକୁ ରାଜନୈତିକ ଉଦ୍ଦେଶ୍ଯ ପ୍ରଣୋଦିତ ମନ ଭାବ ରଖି ଉଛେଦ କରାଯାଉଛି I ଭିଜିଲାନ୍ସ,ଇଡିସିବିଆଇ ମଧ୍ଯ ରାଜନୀତିର ଇଙ୍ଗିତରେ କାର୍ଯ୍ଯ କରୁଛି I ଫଳରେ ବାସ୍ତବ ଦୁର୍ନୀତିଗ୍ରସ୍ଥ ବ୍ଯକ୍ତି ବିଶେଷକୁ ମୁକ୍ତ କରାଯାଉଥିବା ବେଳେ,ସରଳ ଲୋକମାନଙ୍କୁ ହଇରାଳ ହରକତ କରାଯାଇ ଦଣ୍ଡ ବିଧାନ କରାଯାଉଛି I ରାଜନୈତିକ ସମର୍ଥିତ ଗୁଣ୍ଡାମାନଙ୍କର ଅପରାଧ ତାଲିକା ଲମ୍ବି ଲମ୍ବି ଯାଉଥିବା ବେଳେ ପୋଲିସ ଜାଣି ନଜାଣିଲା ପରି ଅଭିନୟ କରୁଛି I ବେଳେ ବେଳେ ଥାନାରେ ନିରିହ ସରଳ ଲୋକ ପ୍ରଭାବଶାଳୀ ବ୍ଯକ୍ତିଙ୍କ ବିରୁଦ୍ଧରେ ଆସୁଥିବା ଏତଲାକୁ ଗ୍ରହଣ କରୁ ନଥିବା ଅଭିଯୋଗ ଗଣ ମାଧ୍ଯମର ପୃଷ୍ଠା ମଣ୍ଡନ କଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଜଣାପଡୁଛି Iନ୍ସାୟନ ପାଇ ରାଜଧାନୀରେ କେହି କେହି ପ୍ରତିବାଧ ସ୍ବରୂପ ଆତ୍ମହୂତି ଦେବାର ଦୃଶ୍ଯ ଦେଖିବାକୁ ମିଳିଥାଏ Iପ୍ରଭାଶାଳୀ ନେତା ବା ବ୍ଯକ୍ତି ବିରୁଦ୍ଧରେ ସ୍ବରୋତ୍ତଳନ କରିବାକୁ ଗଣ ମାଧ୍ଯମର ଯେତିକି ଦାୟିତ୍ବ ରହିବା କଥା,ତାହା ନଗଣ୍ଯ ମନେହୁଏ I ଯେଉଁ କିଛି ଗଣ ମାଧ୍ଯମ ସ୍ବରୋତ୍ତଳନ କରେ ପ୍ରଥମେ ସେହି ସାମ୍ବାଦିକଙ୍କୁ ହତ୍ଯା ଧମକ ଦିଆ ଯାଏ Iକାହାକୁ ଗୁଣ୍ଡା ଲଗାଇ ପ୍ରହାର କରାଯାଏ Iକାହାକୁ ମିଥ୍ଯା କେଶରେ ଛନ୍ଦି ଦିଆ ଯାଏ I ସମ୍ବାଦ ସଂସ୍ଥାକୁ ବିଜ୍ଞାପନ ଦେବାରୁ ବଞ୍ଚିତ କରାଯାଏ Iଯେଉଁ ଗଣ ମାଧ୍ଯମ ଚାଟୁକାର ଏବଂ ନିଜକୁ ବିକ୍ରି ହୋଇ ଯାଇଛି,ତାଙ୍କର କୌଣସି ଅସୁବିଧା ନାହିଁ I ଯେତେ ଅନ୍ଯାୟ,ଅନୀତି,ଦୁର୍ନୀତି ହେଲେ ମଧ୍ଯ ସ୍ବର ଶାଣିତ ହେବାର ନାହିଁ I ବର୍ତ୍ତମାନ ଗଣ ମାଧ୍ଯମ ସଂସ୍ଥାଗୁଡିକ ଉପରେ ଧୀରେ ଧୀରେ ଲୋକମାନଙ୍କ ବିଶ୍ବାସ ଓ ଭରସା ତୁଟି ଯିବା ଯୋଗଁ ଚତୁର୍ଥ ସ୍ତମ୍ଭ ବାଟବଣା I ସତ୍ଯ ଓ ନିରପେକ୍ଷ ସମ୍ବାଦ ପାଇବା ଆଜି କାଲି କଷ୍ଟ ସାଧ୍ଯ ହୋଇ ପଡିଛି I ଜିଲ୍ଲା ସ୍ତରରେ ଯେଉଁ ଗଣ ମାଧ୍ଯମର ପ୍ରତି ନିଧିମାନେ କାର୍ଯ୍ଯ କରୁଛନ୍ତି,ସମ୍ବାଦ ସଂସ୍ଥାର ମାଲିକମାନଙ୍କ ଉଦ୍ଦେଶ୍ଯ ତଥା ଆଶିମୁଖ୍ଯକୁ ପାଥେୟ କରି ଚାଲିବାକୁ ପଡିଥାଏ Iନତୁବା ନିଜର ସାମ୍ବାଦିକତାକୁ ମଧ୍ଯ ହରାଇବାକୁ ପଡିଥାଏ Iବର୍ତ୍ତମାନ ଗଣ ମାଧ୍ଯମ ବିଜ୍ଞାପନ ଉପରେ ନିର୍ଭର କରୁଥିବାରୁ ଜିଲ୍ଲା ସ୍ତରରେ ଥିବା ବିଧାୟକ,ଜିଲ୍ଲାପାଳ ଯନ୍ତ୍ରୀଙ୍କ ପ୍ରିୟ ଭାଜନ ପାଇଁ ସବୁ କ୍ଷେତ୍ରରେ ସାଲିସ୍ କରିବାକୁ ପଡେ Iଯେଉଁ ସାମ୍ବାଦିକମାନେ ଜିଲ୍ଲାର ଦୋଷ ତୃଟିକୁ ଲୋକ ଲୋଚନକୁ ଆଣନ୍ତି,ସେମାନଙ୍କୁ ସବୁ କ୍ଷେତ୍ରେ ଅମଲାତାନ୍ତ୍ର ବ୍ଯବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରଯାଏ Iଏଣୁ ଜିଲ୍ଲାର ଜିଲ୍ଲାପାଳ ଯନ୍ତ୍ରୀ,ବିଡିଓ, ପ୍ରକଳ୍ପ ପ୍ରଶାସକ,ଜିଲ୍ଲା ଅଧିକାରୀମାନଙ୍କ ସହ ପ୍ରିୟ ଭାଜନ ଲାଗି କିଛି ସାମ୍ବାଦିକ ଚାଟୁକାର ପ୍ରବୃତ୍ତିକୁ ଧାରଣ କରିଥାନ୍ତି Iଫଳରେ ବିଭିନ୍ନ ସୂତ୍ରୁ ଅର୍ଥ ରୋଜଗାର କରିବାର ପଥ ପ୍ରଶସ୍ତ ହୋଇ ପଡେ Iଅନ୍ଯ ପକ୍ଷରେ ସେହି ସାମ୍ବାଦିକୁ ଲୋକମାନେ ଆନ୍ତରିକ ଭାବେ ଭଲ ନପାଇ ସମାଲୋଚନା କରିଥାନ୍ତି Iଯେଉଁ ସାମ୍ବାଦକ ବ୍ଯକ୍ତି ସ୍ବାର୍ଥ ପ୍ରାଧାନ୍ଯ ଦେଇ ସାମୂହ ସ୍ବାର୍ଥକୁ ଅସହଯୋଗ କରେ ସେ କେବେ ମଧ୍ଯ ଜଣେ ସମାଜର ଉତ୍ତମ ସାମ୍ବାଦିକ ଭାବେ ପ୍ରଶଂସନୀୟ ହୋଇ ପାରିବ ନାହିଁ Iସମସ୍ତେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖିଥାନ୍ତି I ଆଜି କାଲି ଛାପା ଗଣ ମାଧ୍ଯମ ଏବଂ ବୈଦ୍ଯୁତିକ ଗଣ ମାଧ୍ଯମ ଅପେକ୍ଷା ୱେବ୍ ଚାନାଲ ଏବଂ ସାମାଜିକ ଗଣ ମାଧ୍ଯକୁ ଗିରୁତ୍ବ ଦେଇ ଆସୁଛନ୍ତି I ଏହି ଗଣ ମାଧ୍ଯମ ଯୋଗୁଁ ବହୁ ସତ୍ଯ ଘଟଣା ପଦାକୁ ଆସିବାକୁ ବିଳମ୍ବ ହୋଇ ନଥାଏ Iକିନ୍ତୁ ଏଗୁଡିକର ମଧ୍ଯ କଣ୍ଠ ରୋଧ ଲାଗି ଆପ୍ରାଣ ଉଦ୍ଯମ କରାଯIଉଛି Iପ୍ରତି ଦିନ ୱେବ୍ ଚାନାଲର ମୁଖିଆଙ୍କୁ ମାଡ ଗାଳି ଠାରୁ ଆରମ୍ଭ କରି ଜେଲ୍ ପଠାଇବାର ମଧ୍ଯ ବ୍ଯବସ୍ଥା କରାଯାଉଛି I ବର୍ତ୍ତମାନ ପରିପ୍ରେକ୍ଷୀରେ ଗଣ ମାଧ୍ଯମର କଣ୍ଠରୋଧ କରିବା ଲାଗି ଅସାମାଜିକ ଲୋକମାନଙ୍କ ଦୌରାତ୍ମ୍ଯ ବେଶୀ I ଏଣୁ ସାମ୍ବାଦିକମାନେ ବର୍ତ୍ତମାନ ସମାଦରେ ଅସୁକ୍ଷିତ ମନେ କରୁଛନ୍ତି I ସାମ୍ବାଦିକ ସୁରକ୍ଷା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ବାରମ୍ବାର ଦାବି ହେଉଥିଲ. ମଧ୍ଯ ସରକାର କର୍ଣ୍ଣପାତ କରୁନଥିବା ଜଣା ପଡିଛି I ଯେଉଁମାନେ ସଚ୍ଚୋଟ ସାମ୍ବାଦିକ ସେମାନଙ୍କୁ ସବୁ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେବାକୁ ପଡିଝଷଥାଏ Iଯେଉଁମାନେ ସାମ୍ବାଦିକ ନାମରେ ଭଲ ଅର୍ଥ ରୋଜଗାର କରନ୍ତି,ସେମାନେ ସବୁ ପରିସ୍ଥିରେ ନିଜକୁ ଖାପଖୁଆଇ ଫାଇଦା ଉଠାଇଥାନ୍ତି Iତେଣୁ ଦୁଇ ପ୍ରକାର ଗୁଣ ଧର୍ମକୁ ନେଇ ସାମ୍ବାଦିକତା କରୁଥିବା ସାମ୍ବାଦିକ ସମାଜରେ ଦେଖା ଦେଇଥିବା ବେଳେ ନିଷ୍ଠାପର ସାମ୍ବାଦିକ ଯିଏ କି ସାଧାରଣ ଜନତାଙ୍କ ପକ୍ଷଧର ହୋଇ ଲଢେଇ କରିଆସିଛି,ପରବର୍ତ୍ତୀ ଜୀବନ ଦୁଃସହ ଦୁଃର୍ଗତି ଦେଇ ଗତି କରିଛି Iବାର୍ଦ୍ଧକ୍ୟ ଅବସ୍ଥାରେ କପର୍ଦକ ଶୂନ୍ଯ ହୋଇ ମତୃ ବରଣ କରିଛି I ଅନ୍ଯକୁ ଆଲୋକବଦେଖାଇ ନିଜେ ଘନ ଅନ୍ଧକାରରେ ପତିତ ହୋଇଛି Iଯେଉଁମାନେ ସଚ୍ଚୋଚ ସାମ୍ବାଦିକ ସେମାନେ ନିଜ ପରିବାର ପ୍ରତିପୋଷଣ କରିବାକୁ ସେତଟା ସକ୍ଷମ ହୋଇ ନଥାନ୍ତି Iନିଜ ପିଲାମାନଙ୍କୁନଭଲ ସ୍କୁଲ କଲେଜରେ ପାଠ ପଢାଇବା ପାଇଁ ଅକ୍ଷମ ହୋଇଥାନ୍ତି I ପରିଣକ ବୟସରେ ସରକାର ଅବସର କାଳିନ ଭତ୍ତା ମଧ୍ଯ ଦେବାକୁ ନାରାଜ Iସେ ଜୀବନ ସାରା ଦୀପର ଦଗ୍ଧ ସଳିତା ପରି ଜଳି ଜଳି ପାଉଁଶ ହୋଇ ଯାଏ I
ହାତ ଗଣିତି ଗଣ ମାଧ୍ଯମ ମାଲିକମାନେ ସାମ୍ବାଦିକମାନଙ୍କୁ ମାସିକ ପାରିଶ୍ରିକ ଦେଉଥିବା ବେଳେ ଅଧିକାଂଶ ଗଣ ମାଧ୍ଯମର ମାଲିକମାନେ ବିଜ୍ଞାପନ ସଂଗ୍ରହର କିଛି କମିଶନ ଦେଇଥାନ୍ତି Iଆଉ କିଛି ଗଣ ମାଧ୍ଯମର ମାଲିକ ଦରମା ଦିଏ ନି କି କମିଶନ ମଧ୍ଯ ଦେଇ ନଥାଏ Iଓଲଟା ସାମ୍ବାଦିକମାନଙ୍କୁ ଶୋଷଣ କରିବାର ଯଥା ରୀତି କୌଶଳ ଅବଲମ୍ବନ କରିଥାନ୍ତି I ବିଭିନ୍ନ ସମୟରେ ବିଜ୍ଞାପନ ସଂଗ୍ରହ ଲାଗି ଟାର୍ଗେଟ ଦେଇଥାନ୍ତି Iଫଳରେ ଜଣେ ସାମ୍ବାଦିକର ଯେଉଁ ସ୍ବାଧୀନତା ରହିଛି,ତାହା କ୍ଷୁର୍ଣ୍ଣ ହେବାକି ବସେ Iଅସାମାଜିକ ଲୋକଙ୍କ ପାଖରେ ବିଜ୍ଞାପନ ଲାଗି ହାତ ମିଶାଇ ଥାଏ Iସଂବିଧାନର ଧାରା ୧୯ (ଖ)ରେ ଯେଉଁ ବାକ୍ ସ୍ବାଧୀନତା ରହିଛି,ତାହା ଦିଗ ହରା ହୋଇ ପଡେ ଏବଂ ବିଜ୍ଞାପନ ଦାତାଙ୍କ କଳା କାରନାମକୁ ଜଣେ ସାମ୍ବାଦିକ ବାଧ୍ଯ ହୋଇ ନିରବ ସମର୍ଥନ କରେ Iଫଳରେ ଚତିର୍ଥ ସ୍ତମ୍ଭର ମୌଳିକତା ଉପରେ କଳଙ୍କ ପ୍ରଲେପ ହୁଏ I ତେଣୁ ସାଧାରଣ ଜନତା ସ୍ବର ଭାବରେ ବର୍ତ୍ତମାନର ଗଣ ମାଧ୍ଯମ କେତେ ଦୂର ଯଥାର୍ଥରେ କାର୍ଯ୍ଯ କରୁଛି,ସମୀକ୍ଷା କରିବା ଚିନ୍ତ୍ ଜନକ ବ୍ଯାପାର I ବ୍ଯବସ୍ଥାପିକା,କାର୍ଯ୍ଯାପାଳିକା,ନ୍ଯାୟଳିକା ଯଦିଓ ସମ୍ବିଧାନର ତିନିଟା ସ୍ତମ୍ଭ ବା ଖୁଣ୍ଟି ସୁଦଢ ରହିଛି,ଗଣ ମାଧ୍ଯମ ଯାହାକି ୪ର୍ଥ ସ୍ତମ୍ଭ ବା ଖୁଣ୍ଟି ବୋଲା ଯାଉଛି ,ତାହା ଏହି ତିନି ଖୁଣ୍ଟି ଠାରୁ ଦୁର୍ବଳ I ଯଦି ତିନୋଟିନ ସବଳ ବାଘ ଗୋଟିଏ ଦୁର୍ବଳ ବଦଳ ଉପରେ ଆକ୍ରମଣ କରନ୍ତି,ତେବେ ବିଚାରା ବଳଦର ଅବସ୍ଥ. ହେବ କ’ଣ ଚିନ୍ତା କରିବା ଉଚିତ I ତେଣୁ ସର୍ବଶେଷରେ ଏତିକି କହିଲେ ଅତ୍ଯୁକ୍ତି ହେବ ନାହିଁ ଯେ,ଗଣ ମାଧ୍ଯମକୁ ସତ୍ଯ ଏବଂ ନିରପେକ୍ଷ ଆଣିବା ପାଇଁ ପୂର୍ବୋକ୍ତ ତିନିଗୋଟି ସ୍ତମର ଲୋଲୁପ ଦୃଷ୍ଟି ନପଡି ସମ ଭାବାପନ୍ନ ତଥା ସମ ଦୃଷ୍ଟି ସର୍ବଦା ପଡିଲେ ସାମ୍ବାଦିକମାନେ ସତ୍ୟ ଏବଂ ନରପେକ୍ଷକୁ ଅଧିକା ଗୁରୁତ୍ବ ଦେବେ,ଏଥିରେ ତିଳେ ହେଲେ ସନ୍ଦେହ ନାହିଁ I

(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *