ଆଶାୟୀ ପ୍ରାର୍ଥୀ ବୁଲୁଥିଲେ ଗାଁ
ଧରି ନିଜ କର୍ମୀ ମାନଙ୍କୁ……
ଯାତ୍ରା ପରବରେ ପ୍ରେଜେଣ୍ଟ ପକେଇ
ଭେଟୁଥିଲେ ଯାଇ ଲୋକଙ୍କୁ……!
କିଛି କିଛି ଚାନ୍ଦା ଦେଇ……
ନିଜ ପାର୍ଟି ର ଗୁଣଗରୀମା ସବୁ
ଲୋକଙ୍କୁ ଦିଅନ୍ତି କହି…….!!
ନିଉଜ ଆସିଲା ମେଣ୍ଟ ହବ ବୋଲି
ଆଶାୟୀ ଙ୍କ ଭାରି ଚିନ୍ତା…….
କାହାକୁ ମିଳିବ ପାର୍ଟିର ମୁକୁଟ
ଭାବି ଘୁରୁଥିଲା ମଥା……!
ମନେ ମନେ ଭାବୁଥିଲେ…..
ଏମେଲେ ପାଇଁ କି ଯାହା ଖର୍ଚ୍ଚଥିଲା
ଭାସି ଗଲା କି ସବୁ ପାଣିରେ……!!
ଗାଁ ଲୋକ ମାନେ ପାର୍ଟି କବଳରେ
ଯାଉ ନାହାନ୍ତି କା ପିଣ୍ଡାକୁ……
କେତେ ପ୍ରେମିକଙ୍କ ବ୍ରେକ୍ ଅପ୍ ହେଲାଣି
ଧରି ରାଜନୀତି କଥାକୁ…….!
ବିବାହ ବି ଭାଙ୍ଗି ଯାଉଛି……
ପଞ୍ଚମ ପିଲା ଷଷ୍ଠ ଶ୍ରେଣୀ ଝିଅକୁ
ଜିନ୍ଦାବାଦ ବୋଲି କମେଣ୍ଟ କରୁଛି…….!!
ଭାଗବତ ଟୁଙ୍ଗି ରେ ଭାଗବତ ବଦଳେ
ହଉଛି ରାଜନୀତି ଚର୍ଚ୍ଚା……
ନାମ ସଙ୍କୀର୍ତ୍ତନ ଶୁଣା ଯାଉନାହିଁ
ବନ୍ଦ କରୁଛନ୍ତି ଝର୍କା……!
ମୁଁ ଯାଇ ଶୁଣିଲା ବେଳକୁ……
ଶଙ୍ଖ ହାତ ପଦ୍ମ ଟଣା ଓଟରା ଚାଲିଛି
ଥୋଇ ଦେଇ ମୃଦଙ୍ଗ, ଗିନି କୁ…….!!
ସ୍ବାମୀ ଯେତେବେଳେ ନିଉଜ ଦେଖିବି ଭାବି
ଟିଭି ଘରକୁ ଆସୁଛି…….
ଛୁଆ ସେତେବେଳେ ରିମୋର୍ଟ ଛଡେଇ
କାର୍ଟୁନ୍ ଲଗେଇ ଦେଉଛି……!
ସ୍ତ୍ରୀକୁ ଯେତେବେଳେ କହୁଛି……
ରୋଷେଇ ଘରୁ ଜୋର୍ ରେ ଧାଇଁ ଆସି
ସିରିଏଲ୍ ଲଗେଇ ଦେଉଛି…….!!
ଏମିତି ଚାଲିଛି ଗାଁ ରାଜନୀତି
ଦେଖିଲେ ଆନନ୍ଦ ଲାଗୁଛି…….
ସ୍ବାମୀ ମାନେ ଏଇଠି ରୋଷେଇ କରନ୍ତି
ସ୍ତ୍ରୀ ମିଟିଂ ବୋଲି ଧାଉଁଛି…..!
ଦେଖିବା କଣ ହଉଛି…….
ଭୋଟ ପାଇ କିଏ ଏମେଲେ ଏମ୍ପି ହୋଇ
ଏମାନଙ୍କ ଦୁଃଖ ବୁଝୁଛି……!!
ବ୍ୟଙ୍ଗ କବି
ଚିତରଞ୍ଜନ ବେହେରା
ବୌଦ୍ଧ
ମୋ – ୯୪୩୮୭୧୦୩୮୭