ମାଲକାନଗିରି ଜିଲ୍ଲାରେ ୪୫ ଡିଗ୍ରୀ ତାପମାତ୍ରା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ତାପମାତ୍ରା ୪୫ ଡିଗ୍ରୀ ପାରଦ ଛୁଇଁଛି। ଅସହ୍ଯ ତାତି ଓ ଗୁଳୁଗୁଳିର ଜନ ଜୀବନ ତ୍ରାହି ତ୍ରାହି ଡାକ ଦେଉଛି। ମାଲକାନଗିରି ଜିଲ୍ଲା ସଦରମହକୁମାରେ ଥିବା ସମସ୍ତ ଜଳାଶୟ ଗୁଡ଼ିକ ଶୁଷ୍କ ପଡ଼ିଛି। ଗୃହ ପାଳିତ ପଶୁମାନେ ପିଇବା ପାଇଁ ପାଣି ଟୋପାଏ ନ ପାଇଁ ଡହଳ ବିକଳ ହେଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ଅରଣ୍ୟରେ ଅଗ୍ନି ସଂଯୋଗ ହେତୁ ଦିନରାତି ବନ ଦହନ ଯୋଗୁଁ ବାୟୁ ମଣ୍ଡଳ ଉତତ୍ପ ହୋଇ ରହୁଛି। ଦିନ ୧୧ଟା ପରେ ବାହାରେ ପ୍ରବଳ ଗରମ ହେତୁ ଲୋକମାନେ ବାହାରେ ଚଳପ୍ରଚଳ କରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ଅନ୍ଯ ପକ୍ଷ ମାଲକାନଗିରି ପୌର ପରିଷଦ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଜିଲ୍ଲା ରେ ଥିବା ୧୧୧ଟି ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଯାତ୍ରୀ ବା ପଥଚାରୀଙ୍କ ଲାଗି କୌଣସି ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ। ଏପ୍ରିଲ ପହିଲା ସପ୍ତାହରୁ ଯଦି ତାପମାତ୍ରା ୪୫ ଡିଗ୍ରୀ ଛୁଇଁ ଲାଣି ଆଗକୁ ସମସ୍ଯା ଅତ୍ୟନ୍ତ ଭୟଙ୍କର ହେବ ବୋଲି ଲୋକମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଛି। ଅନ୍ୟ ପକ୍ଷରେ ପ୍ରତି ଦିନ ଦିନ ର ବିଭିନ୍ନ ସମୟରେ ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଫଳରେ ଛୋଟ ଛୋଟ ଛୁଆମାନଙ୍କ ଅବସ୍ଥା ଅସମ୍ଭାଳ ହୋଇ ପଡୁଛି।
ଲୋକମାନେ ତୃଷା ନିବାରଣ ପାଇଁ ଆଖୁ ରସ, ଦହି, ଆଇସକ୍ରିମ, ଥଣ୍ଡା ପାନୀୟ ବହୁଳ ବ୍ୟବହୃତ କରୁଥିବା ଦେଖିବାକୁ ମିଳୁଛି।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *