ଜଳୁଛି ବଣ୍ଡାଘାଟୀ, ନିଆଁ ଲିଭାଇ ବନକର୍ମଚାରୀମାନେ ନାକେଦମ

ମାଲକାନଗିରି : ବର୍ତ୍ତମାନ ଓଡ଼ିଶାର ଅନ୍ୟାନ୍ୟ ଉତତ୍ପ ଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲା ପ୍ରଥମ ନମ୍ବର ରେ ରହିଛି। ଏହାର ତାପମାତ୍ରା ୪୨ ଡିଗ୍ରୀ ପାରଦ ସ୍ପର୍ଶ କଲାଣି। ବାହାରକୁ ଦିନ ୧୧ଟା ହେଲେ ଯିବା ଅସମ୍ଭବ।ଗରମ ଓ ଗୁଳୁଗୁଳି ଅସହ୍ୟ ହୋଇ ପଡ଼ିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ଏକ ବଣ ପାହାଡ ଘେରା ଅଞ୍ଚଳ । ବସନ୍ତ ଋତୁ ଆଗମନ ସମୟରେ ପ୍ରାୟ ସମସ୍ତ ବୃକ୍ଷ ଲତା ପତ୍ରଝଡା ଦେଲା ପରେ ନୂତନ ପତ୍ର କଅଁଳି ଥାଏ । ଗଛରୁ ପତ୍ର ଝଡା ଦେବା ପରେ ସେହି ପତ୍ର ବୃକ୍ଷ ର ପାଦ ଦେଶରେ ଶୁଖିଲା ପତ୍ରର ଆସ୍ତରଣ ପଡେ । ଏହି ସମୟରେ ଆଦିବାସୀମାନେ ମହୁଲ ସଂଗ୍ରହ କରିବାକୁ ଯାଇ ଶୁଖିଲା ପତ୍ରରେ ଅଗ୍ନି ସଂଯୋଗ କରି ଦେଇଥାନ୍ତି।ଫଳ ସ୍ବରୂପ ପାହାଡ ପାଦ ଦେଶରୁ ଅଗ୍ନି ସଞ୍ଚାରିତ ହୋଇ କ୍ରମଶଃ ପାହାଡ ଚୂଡା ପହଞ୍ଚି ଅଗ୍ନିର ତାଣ୍ଡବ ସମଗ୍ର ବନ ଭୂଇଁକୁ ଦ୍ରୁତ ଗତିରେ ବ୍ଯାପେ । ଫଳ ସ୍ବରୂପ ଅରଣ୍ୟର ବହୁ ମୂଲ୍ୟବାନ ବୃକ୍ଷ ପୋଡ଼ି ନଷ୍ଟ ହୋଇଯାଏ। ଜଙ୍ଗଲରେ ଥିବା ସରୀସୃପ ଙ୍କ ପ୍ରାଣ ହାନୀ ଘଟେ । ବନ୍ୟପ୍ରାଣୀମାନେ ଅରଣ୍ଯ ଛାଡି ଜୀବନ ବିକଳରେ ଇତସ୍ତତଃ ଧାବନ କରନ୍ତି। ବେଳେ ବେଳେ ବନ୍ୟଜନ୍ତୁ ଗ୍ରାମାଭିମୁଖି ହୋଇ ଲୋକମାନଙ୍କର ଧନ ଜୀବନର ପ୍ରଭୃତ୍ବ କ୍ଷତି ପହଞ୍ଚାଇ ଥାନ୍ତି। ଅନ୍ୟ ପକ୍ଷରେ ବାୟୁମଣ୍ଡଳର ଉତ୍ତାପ ଅହେତୁକ ବୃଦ୍ଧି ପାଇ ଜନ ଜୀବନକୁ ଦୁର୍ବିସହ କରିଥାଏ । ଦୈନଦିନ ମାଲକାନଗିରି ଜିଲ୍ଲାରେ ଥିବା ଅଧିକାଂଶ ପାହାଡରେ ନିଆଁ ଲାଗିଛି। ବନ କର୍ମଚାରୀମାନେ ନିଆଁ କୁ ଆୟତ କରିବା ପାଇଁ କଠୋର ପରିଶ୍ରମ କରୁଛନ୍ତି। ବର୍ତ୍ତମାନ ବଣ୍ଡା ଘାଟିର ସମସ୍ତ ପାହାଡ଼ରେ ନିଆଁ ଲାଗିଛି ।ଏହାର ଏକମାତ୍ର କାରଣ ହେଲା ବଣ୍ଡାମାନେ ପାହାଡରେ ପୋଡ଼ୁ ଚାଷ ପାଇଁ ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ନିଆଁ ଲଗାଇଥାନ୍ତି । ସେମାନଙ୍କ ଧରଣା ଯେ ପାଉଁଶ ଏକ ପ୍ରକାର ଖତ । ଏହା ଫସଲର ଉର୍ବରତା ବୃଦ୍ଧି କରେ । ଫଳରେ ଯେଉଁ ଜଙ୍ଗଲ ଅଞ୍ଚଳରେ ସେମାନେ ଫସଲ ପାଇଁ ଜମି ଅଧିଗ୍ରହଣ କରନ୍ତି, ସେଠାରେ ନିଆଁ ଲଗାଇଥାନ୍ତି । ବନ ବିଭାଗ ତରଫରୁ ବଣ୍ଡା ଜନଜାତି ସଂପ୍ରଦାୟର ଲୋକମାନଙ୍କୁ ଜନସଚେତନତା କରିବା ପାଇଁ ସଭା ସମିତି କରାଯାଉଥିଲେ ମଧ୍ୟ ଏହି ସଚେତନତା କି ଫରକ ପଡୁନାହିଁ। ଜଙ୍ଗଲରେ ନିଆଁ ଲାଗିବା ଫଳରେ ବାୟୁ ପ୍ରଦୂଷଣ ବୃଦ୍ଧି, ତାପମାତ୍ରା ବୃଦ୍ଧି, ନୂତନ ଜଙ୍ଗଲ ନଷ୍ଟ, ଔଷଧୀୟ ବୃକ୍ଷ ଲତା ଧ୍ବଂସ, ବନ୍ୟପ୍ରାଣୀଙ୍କ ଜୀବନ ସଙ୍କଟାପନ୍ନ ସତ୍ବେ ଏବଂ ସର୍ବୋପରି ମାନବ ଜାତିର ପ୍ରଭୃତ୍ବ କ୍ଷତି ହିଁ କ୍ଷତି , ଯାହାକି ଅପୂରଣୀୟ।ଏଣେ ବନକର୍ମଚାରୀମାନେ ଅଗ୍ନିକୁ ଆୟତ କରିବା ପାଇଁ ନିଜେ ଅଣଆୟତ ଅବସ୍ଥାରେ ଦିନ ରାତି ପାହାଡ ଚଢା ଏବଂ ଅକ୍ଳାନ୍ତା ପରିଶ୍ରମ ନାକେଦମ। ଅନ୍ୟପକ୍ଷରେ କାଳବୈଶାଖୀ ବର୍ଷା ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଆକାଶରେ ଉଦ୍ରେକ ହୋଇନଥିବାରୁ ଅବସ୍ଥା ଦିନକୁ ଦିନ ଶୋଚନୀୟ।
ସମସ୍ତ ପାହାଡ଼ୀ ଝରଗୁଡିକର ଶୁଷ୍କତା ପରିବେଶକୁ ଆହୁରି ଆସନ୍ନ ବିପଦକୁ ଠେଲି ଦେଇଛି। ମାନବ କୃତ ଅଗ୍ନି ସଂଯୋଗ ହେଲେ, କିଏ ବା କ’ଣ କରି ପାରିବ ?

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *