ବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନା ଯାତ୍ରା ସମାରୋହ “ନାରୀ ସଶକ୍ତୀକରଣ ହିଁ ବିକଶିତ ଭାରତର ଆଧାର” ସାପଡାରେ ଶୋଭାଯାତ୍ରା ଓ ସଭା

ଝାରସୁଗୁଡା: ଝାରସୁଗୁଡା ସଦର ବ୍ଲକର ସାପଡା ଠାରେ ଆଜି ଜିଲା ବିଜେପି ପକ୍ଷରୁ “ନାରୀ ଶକ୍ତି ବନ୍ଦନା”ଯାତ୍ରା ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଡମାଲ ଠାରୁ ସହସ୍ରାଧିକ ମହିଳା ଏକ ଶୋଭାଯାତ୍ରାରେ ପରିକ୍ରମା କରିବା ସହ ସଭାସ୍ଥଳରେ ପହଂଚି ଥିଲେ ।
। ମହିଳାଂକ ସାମଗ୍ରିକ ବିକାଶ ସହ ନାରୀ ମାନଂକ ଲାଗି ମୋଦି ସରକାରଂକ ଯୋଜନା ସଂପର୍କରେ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଲୋକପାତ କରି ନାରୀ ସଶକ୍ତିକରଣ ହିଁ ଆତ୍ମ ନିର୍ଭର ଓ ବିକଶିତ ଭାରତର ଆଧାର ବୋଲି କହିଥିଲେ । ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଟଂକଧର ତ୍ରିପାଠୀ ମୋଦିଂକୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ କରି ରାଜ୍ୟରେ ଡବଲ ଇଂଜିନ ସରକାର ପ୍ରତିଷ୍ଠା ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଥିଲେ ।

ନାରୀ ଶକ୍ତି ହିଁ ଦେଶର ଶକ୍ତି ଓ ନାରୀର ସମ୍ମାନ ହିଁ ଦେଶର ସମ୍ମାନ ବୋଲି କହିଥିଲେ । ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠି, ଜିଲା ସଭାପତି ସୁନୀଲ ପଣ୍ତା, ବରଗଡ ଲୋକସଭା ଆବାହକ ସୁରେନ୍ଦ୍ର ଶତପଥୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରୀନା ପଚେଲ, ଝାରସୁଗୁଡା ଗ୍ରାମୀଣ ମଣ୍ଡଲ ସଭାପତି ଗଂଗାଧର କଣ୍ଟା, ବିଲାସିନୀ ସାହୁ, ପ୍ରମୋଦ ତ୍ରିପାଠୀ, ଶଂକର ଦେଓ, ରଜନୀ ତିଓ୍ବାରି, ଆରତୀ ନାଏକ, ଗାୟତ୍ରୀ ସିଂ, କିଶୋରୀ ନାଏକ, ବିନ୍ଦୁ ମୁଣ୍ଡା, ପ୍ରମିଳା ସାହୁ, ବିଦୁସ୍ମିତା ବାରିକ, ନିର୍ମଳା ପାତ୍ର, ନିକି ପଟେଲ, ଆରତୀ ବାଗ ପ୍ରମୁଖ ଯୋଗ ଦେଇଥିଲେ ।ପଦ୍ମିନୀ ପଟେଲ ସଭା ସଂଚାଳନ କରିଥିଲେ । ବକ୍ତାମାନେ ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର ବିରୁଦ୍ଧରେ ବର୍ଷିବା ସହ ବିଜେପି ପ୍ରାର୍ଥୀଂକୁ ବିପୁଳ ଭୋଟରେ ବିଜୟୀ କପାଇବାକୁ ଆହ୍ବାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *