ବନକର୍ମଚାରୀଙ୍କ ଦ୍ବାରା ୯ କେଜି ଝିଙ୍କ ମାଂସ ଜବତ, ଜଣେ ଗିରଫ

ମାଲକାନଗିରି : ମାଥିଲି ବନ୍ୟାଞ୍ଚଳ ଅନ୍ତର୍ଗତ ପାତ୍ର ପୁଟ ଗ୍ରାମ ନିକଟବର୍ତ୍ତୀ ନାଳ ପାଖରେ ଝିଙ୍କ ଶିକାର କରି କାଟୁଥିବା ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମାଥିଲି ବନ୍ୟାଞ୍ଚଳ ଅଧିକାରୀ ବାସୁଦେବ ନାୟକ ନିର୍ଦ୍ଦେଶକ କ୍ରମେ ବନକର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ଚଢାଉ କରିଥିଲେ। ସେଠାରେ କିଛି ଲୋକ ରୁଣ୍ଡ ହୋଇଥିବା ବେଳେ ବନକର୍ମଚାରୀମାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇ ଥିଲେ। ସେଠାରେ ମାଧବ ଚାଲାଣ (୬୪) ଙ୍କୁ କାବୁ କରିଥିଲେ। ତାଙ୍କ ଗ୍ରାମ ପାତ୍ରପୁଟ ହୋଇ ଥିବା ବେଳେ ତାଙ୍କ ଠାରୁ ୯ କିଲୋ ୭୦୦ ଗ୍ରାମ ଝିଙ୍କ ମାଂସ ସହ ୫୭ଟି ଝିଙ୍କ କାଠି, ଗୋଟିଏ କଟୁରୀ,୨ଟି ଟାଙ୍ଗିଆ ଜବତ କରାଯାଇଥିଲା। ମାଥିଲି ବନାଞ୍ଚଳ କେସ ନମ୍ବର:୧୩୨/୨୦୨୪ ବନ୍ୟପ୍ରାଣୀ ଆଇନ୍ ୧୯୭୨ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଆଜି ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ରେ ବନପାଳ ପବିତ୍ର କୁମାର ଦାସ, ବନରକ୍ଷୀ ଜଗବନ୍ଧୁ ପାତ୍ର , ଦିଲ୍ଲୀପ କୁମାର ଡାକୁଆ, ଦୀପ୍ତି ରଞ୍ଜନ ନାୟକ,ପାରାଷ୍ଟାଫ ଖଗେଶ୍ବର ପଟ୍ଟନାୟକ, ସଦାଶିବ ଶଗରିଆ, ଦେବେନ୍ଦ୍ର ଦଳାଇ, ରଞ୍ଜନ ପାଙ୍ଗି,ପଦମନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *