ଦେବାଶିଷ ମାଟାମଙ୍କ ବିୟୋଗରେ ଶୋକସଭା

ମାଲକାନଗିରି : ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିଏସନର ମାଥିଲି ବ୍ଲକ କମିଟିର ଉପ ସଭାପତି ଦେବାଶିଷ ମାଟାମଙ୍କ ଗତ ୨୩ ମାର୍ଚ୍ଚ ରିଖ ଦିନ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲେ । ଏହି ଦୁଃଖଦ ଘଟଣାକୁ କେନ୍ଦ୍ରକରି ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିଏନ ତରଫରୁ ମାଥିଲି ଗ୍ରାମ ସ୍ଥିତ ହନୁମାନ ମନ୍ଦିର ଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଏହି ଶୋକସଭା ରେ ରାଜ୍ୟ ରଙ୍ଗ ତୂଳୀ କଳାକାର ସଙ୍ଘର ସମ୍ପାଦକ ରଞ୍ଜନ ମିଶ୍ର, ଦେବାଶିଷ ମାଟମଙ୍କ ପିତା ରାଜେଶ ମାଟାମ ଓ ମାମୁ ତୁଳିସୀ ରାମ ଦଳେଇ, ବଡ଼ ଭାଇ ଆଶୀଷ ମାଟାମ, ଉପଦେଷ୍ଟା କେ. ଦେଶୀ ରାଜୁ ଅଚାରୀ, ସଭାପତି ସମୀର ବୈରାଗୀ, ସମ୍ପାଦକ, ସୁକୁମାର ମଣ୍ଡଳ, କୋଷାଧ୍ୟକ୍ଷ ବନମାଳି ପାତ୍ର ଓ ସମସ୍ତ ବ୍ଲକ ସଭାପତି ଓ ସଦସ୍ୟ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେବାଶିଷଙ୍କ ଅକାଳ ବିୟୋଗରେ ସମସ୍ତ କର୍ମକର୍ତ୍ତା ଶୋକ ବ୍ୟକ୍ତି କରିବା ସହ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହା ବ୍ୟତୀତ ମାଲ୍ୟବନ୍ତ, ଆର୍ଟିଷ୍ଟ ଆସୋସିଏସନ୍ ଜିଲ୍ଲା କମିଟି ମାସିକ ବୈଠକର ଆଲୋଚନା କରାଯାଇଥିଲା । ରାଜ୍ୟ ସମ୍ପାଦକ ରଞ୍ଜନ ମିଶ୍ର କଳାକାର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ଓ ରାଜ୍ୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦେଇ ଥିଲେ । ସୁକୁମାର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *