ଅମ୍ବିକା ପ୍ରସନ୍ନ ତ୍ରିପାଠୀ ତ୍ରିପାଠୀ (କଟକ)।

ଆଜି ଏପ୍ରିଲ 1 ତାରିଖ ଏକ ଚିର ସ୍ମରଣୀୟ ଦିବସ। ଆଜିର ଦିନ ସୃଷ୍ଟି କରାଏ ଆମର ପରିଚୟ। ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ, ଆମ ରାଜ୍ଯ ଓଡିଶା।1936 ମସିହା ରେ ଗଠନ ହେଲା ଭାରତରେ ଓଡିଶା ରାଜ୍ୟ।ମାତ୍ର 6 ଗୋଟି ଜିଲ୍ଲା କୁ ନେଇ ଗଠିତ ହୋଇଥିଲା ଓଡିଶା ପ୍ରଦେଶ, ଯଥା କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, କୋରାପୁଟ, ଗଞ୍ଜାମ। ସେହି ଦିନ ଠାରୁ ଆଜି 2024 ମସିହା ଦୀର୍ଘ 88 ବର୍ଷ ଅତିକ୍ରମ କରିଛି।ଓଡ଼ିଶାର ବୀର ପୁତ୍ର ମାନଙ୍କର ଲଢ଼ାଇ ଫଳରେ ସ୍ଵତନ୍ତ୍ର ମାନ୍ୟତା ପାଇଲା ଏହି ଉତ୍କଳ ପ୍ରଦେଶ।ଉତ୍କଳ ର ଗଠନରେ ମୁଖ୍ୟ ଦାବିଦାର ଥିଲେ ସ୍ଵର୍ଗତ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ, ଫକିର ମୋହନ ସେନାପତି।ଏହି ଉତ୍କଳ ବା ବୀରପ୍ରସବିନି କଳିଙ୍ଗ ମାଟିରେ ଘଟି ଯାଇଛି ବହୁତ ଏୈତିହାସିକ ଘଟଣା ଦୁର୍ଘଟଣା।ଏହି ଉତ୍କଳ ଦେଖିଛି ଇଂରେଜ ସରକାର ଙ୍କ ଶାସନ ଆଉ ମୋଗଲ ଶାସନ।ସୁଜଳା ସୁଫଳା ଶସ୍ୟ ଶାମଳା ଉତ୍କଳ ଜନନୀ।ଆଜି ଆମେ ଗର୍ବରେ ପାଳନ କରୁଛୁ ଉତ୍କଳ ଦିବସ।ବନ୍ଦେ ଉତ୍କଳ ଜନନୀ । ଏହି ଗୌରବମୟ ଏୈତିହାସିକ ଦିବସରେ ଆପଣ ମାନଙ୍କୁ କ୍ରାନ୍ତି ଓଡ଼ିଶା ଡିଜିଟାଲ ମିଡ଼ିଆ ତରଫରୁ ଅନେକ ଶୁଭେଚ୍ଛା ଓ ଉତ୍କଳ ଦିବସର ଅଭିନନ୍ଦନ।