ମାଲକାନଗିରି ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି। ସଂଘର ସଭାପତି ଭାବେ ପ୍ରୀତିପାଲ ସିଂ, ସଂପାଦକ ଭାବେ ବିଜୁ ସରକାର ଏବଂ ଉପସଭାପତି ଭାବେ ତାପସ କୁମାର ନାଥ ବିଜୟ ହୋଇ ଥିଲେ।
ପ୍ରାପ୍ତ ସୂଚନା ରୁ ଜଣାପଡିଛି ଯେ ଆଜି ମାଲକାନଗିରି କୋର୍ଟ ପରିସରରେ ଭୋଟ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସନ୍ଧ୍ୟା ସମୟରେ ଏହାର ଫଳାଫଳ ଘୋଷଣା କରାଯାଇଥିଲା। ଓକିଲ ସଂଘର ସଭାପତି ପଦବୀ ପାଇଁ ନୃସିଂହ ଚରଣ ମହାନ୍ତି ଓ ପ୍ରୀତିପାଲ ସିଂ ଲଢିଥିଲା ବଳେ ପ୍ରୀତି ପାଲ ସିଂ ୭୨ ଖଣ୍ଡ ଭୋଟ ପାଇ ବିଜୟ ହୋଇ ଥିଲେ । ନୃସିଂହ ଚରଣ ମହାନ୍ତିଙ୍କୁ ୫୧ ଖଣ୍ଡ ଭୋଟ ପ୍ରାପ୍ତ ହୋଇ ପରାସ୍ତ ହୋଇଥିଲେ । ସେହି ପରି ସଂପାଦକ ଭାବେ ବିଜୁ ସରକାର ଓ ସରୋଜ କୁମାର ମହାନ୍ତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ବେଳେ ବିଜୁ ସରକାର ୬୮ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ । ସରୋଜ କୁମାର ମହାନ୍ତି ୫୯ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ। ସେହିପରି ଉପସଭାପତି ପଦବୀ ପାଇଁ ଲମ୍ବୋଦର ତୁରୁକ ଏବଂ ତାପସ କୁମାର ନାଥଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ବେଳେ ତାପସ କୁମାର ନାଥ ୭୩ ଭୋଟ ପାଇ ବିଜୟ ଲାଭ କରି ଥିଲେ। ତେବେ ଲମ୍ବୋଦର ତୁରୁକ ୫୨ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ। ଏହା ବ୍ୟତୀତ କୋଷାଧ୍ୟକ୍ଷ ଭାବେ ହିରଜ ପାଣିଗ୍ରାହୀ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟ ହୋଇ ଥିଲେ । ନିର୍ବାଚନ ଅଧିକାରୀ ଭାବେ ଯୋସେଫ ଜାମସ ଏବଂ ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ରଞ୍ଜିତ ସାନା ଦାୟିତ୍ୱ ନିର୍ବାହ କରିଥିଲେ।

(ରିପୋର୍ଟ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *