(କବି କେଶବ ଚନ୍ଦ୍ର ନାୟକ)
ହେ ମୃତ୍ୟୁ
ତୁମେ ପାଖାପାଖି ଥାଅ
ନେବା ପାଇଁ ଆତ୍ମା
ଅପେକ୍ଷାରେ ଜଗି ବସ
ଚୁପ୍ ଚାପ୍ ଅଦୃଶ୍ୟରେ….!!
ତୁମକୁ ଫରକ୍ ପଡେନା
ବାଲ୍ଯ – କୈଶୋର – ବୃଦ୍ଧ
ଯାହାକୁ ବି କୋଳେଇ ପାର
ତୁମ ମୃତ୍ୟୁ କୋକେଇରେ…!!
ଯଦି କିଏ ନିର୍ଦୟ ନିଷ୍ଠୁର ଏ ବିଶ୍ବରେ
କଠୋର ଠାରୁ ଅତି କଠୋର ହୃଦୟ
ବୋଲି କାହାର ଅଛି
ସେ ହିଁ ତୁମେ କାଳ ଯମ….!!
କେବେ ମାଆ କୋଳରୁ ଶିଶୁ
କେବେ ପ୍ରସୂତି ଜନନୀ
ଆଖି ବୁଜି ଛାଡି ଯାଏ
ଅନାଥ ସନ୍ତାନ…..
କେବେ ବାପା ହରାଇ ବସେ
କୈଶୋର ପୁତ୍ର
କେବେ ହାତ ଛଡ଼ି ଦିଅନ୍ତି
ପିତା ମାତା ଚିରଦିନ
ଅଭାଗା ପୁଅକୁ….!!
ହେ ମୃତ୍ୟୁ….
ତୁମ ଠାରେ ନାହିଁ
ତିଳେ ମାତ୍ର ମାୟା କି ମମତା
ତୁମେ ଖାଲି ଦେଇ ପାର
ସାଗରେ ସାଗରେ ଅଶ୍ରୁ
ଝରାଇ ପାର ଲୋତକ ନିର୍ଝର
ଲଦି ପାର ପାହାଡ଼ ପାହାଡ ଦୁଃଖ….!!
ତୁମେ ଏକ ବିଭତ୍ସ ବିକଟାଳ ରୂପି
କଳା କିଟ୍ ମିଟ୍ ଅବତାର
ପ୍ରକଟ ହୁଅ ପ୍ରତି କ୍ଷଣ କ୍ଷଣ
ସର୍ବତ୍ର ମୃତ୍ୟୁ ଦୂତ ସାଜି….
ତୁମକୁ ଭାରି ଭୟ
ତୁମକୁ ପ୍ରଶଂସା ନାହିଁ କାହାର
ବାରମ୍ବାର ତିରସ୍କାର ସତ୍ବେ
ତୁମେ ବିନା ନିମନ୍ତ୍ରଣରେ
ଅବାଧରେ ପ୍ରବେଶ କର
ସବୁଠି/ପ୍ରତି ମୁହୂର୍ତ୍ତରେ….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭