ଗଧିଆ ବାଘ ଆକ୍ରମଣରେ ଦୁଇ ଜଣ କ୍ଷତାକ୍ତ

ମାଲକାନଗିରି : ମାଲକାନଗିରି ବନାଞ୍ଚଳସ୍ଥିତ ପାଣ୍ଡ୍ରିପାଣି ଅନ୍ତର୍ଗତ ଏମଭି-୯୩ ଗ୍ରାମରେ ଗଧିଆ ବାଘ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି l ମାଲକାନଗିରି ଭୂଭାଗ ଏକ ପ୍ରାକୃତିକ ବଣ ପାହାଡ଼ ନଈ ନାଳ ଘେରା ଅଞ୍ଚଳ । କିନ୍ତୁ ସ୍ଥାନୀୟ ଅଞ୍ଚଳବାସୀ ଅରଣ୍ୟରୁ ବିଭିନ୍ନ ସମୟରେ କନ୍ଦ ,ଫୁଲ ଫଳ ଜାଳେଣି ତଥା ବନଜାତ ଦ୍ରବ୍ଯ ଉପରେ ନିର୍ଭରଶୀଳ l ବାର୍ତ୍ତମାନ ମାଲକାନଗିରି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ଲାଗି ରହିଥିବା ବେଳେ ଲୋକମାନେ ଜଙ୍ଘଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି। ଜଙ୍ଗଲରେ ଭୀଷଣ ଅଗ୍ନି ବିତ୍ପାତ ହେତୁ ବନ୍ୟପ୍ରାଣୀମାନେ ଆଶ୍ରୟ ନମିଳିବାରୁ ପ୍ରାଣ ବିକଳରେ ଇତସ୍ତତଃ ପଳାୟନ କରି ଗ୍ରାମାଭିମୁଖି ହୋଉଛନ୍ତି ।ଫଳ ସ୍ବରୂପ ଜନବସତିରେ ପ୍ରବେଶ କରି ହିଂସ୍ର ବନ୍ୟ ଜନ୍ତୁମାନେ ଲୋକମାନଙ୍କୁ ଆକ୍ରମଣ କରି ଥାନ୍ତି। ଏମିତି ଏକ ଘଟଣା ଗତ କାଲି ଏମଭି-୯୩ ଗ୍ରାମରେ ଘଟିଥିବା ଜଣା ପଡ଼ିଛି। ପ୍ରକାଶ ଥାଉ କି,ସୁକାନ୍ତ ମଣ୍ଡଳ ବୟସ (୬୨) ସନ୍ଧ୍ୟା ସମୟରେ ନିତ୍ୟକର୍ମ ପାଇଁ ବାହାରକୁ ଯାଇଥିବା ସମୟରେ ହଠାତ ଏକ ଗଧିଆ ବାଘ ମୁହଁକୁ ଟର୍ଚ୍ଚ ପକାଇ ଦେଇଥିଲେ l ଗଧିଆ ବାଘଟି ସୁକାନ୍ତ ମଣ୍ଡଳଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇବା ବେଳେ ସେ ଜୀବନ ବିକଳରେ ଘର ଭିତରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗଧିଆ ବାଘଟି ଭୟଙ୍କର ଗର୍ଜନ କରି ହଠାତ ଗଧିଆ ବାଘଟି ଆକ୍ରମଣ କରିଥିଲା l ତେବେ ସୁକାନ୍ତ ମଣ୍ଡଳ ନିଜ ଘର ବାରିପଟେ ତଳେ ପଡିଯାଇଥିଲେ । ଗଧିଆ ବାଘଟି ତାଙ୍କୁ କାମୁଡି ଦେଇଥିଲା l ସାହସର ସହ ବାଘକୁ ଜାବୁଡି ଧରି ମୁକୁଳିବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ଯମ କରିଥିଲେ l ଏହି ସମୟରେ ତାଙ୍କ ସ୍ତ୍ରୀ ଦାଣ୍ଡକୁ ଆସି ଖୁବ ଜୋରରେ ଚିତ୍କାର କରି ବଡ଼ପାଟିରେ ବଞ୍ଚାଅ ବଞ୍ଚାଅ କହି ଗାଁ ଲୋକଙ୍କୁ ଡାକିଥିଲେ l ଚିତ୍କାର ଶୁଣି ଗାଁ ଲୋକମାନେ ଦୌଡ଼ି ଆସିଥିଲେ l ତେବେ ଗାଁ ଲୋକଙ୍କର ଗହଳି ଦେଖି ସେଠାରୁ ବାଘଟି ପଳାଇଥିଲା । ପୁଣି କିଛି ସମୟ ପରେ ଗଧିଆ ବାଘଟି ସେହି ଗ୍ରାମର ଉତ୍ପଲ ସରକାର (୪୨) ଉପରେ ଆକ୍ରମଣ କରିଥିଲା l କିନ୍ତୁ ଗ୍ରାମର ଲୋକେ ଜୀଵନ ବଞ୍ଚାଇବାକୁ ଯାଇ ବାଘଟିକୁ ମାରିଦେଇବା ଜଣାପଡିଛି l ତେବେ ଆକ୍ରମଣର ଶିକାର ହେଇ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ କ୍ଷତ ବିକ୍ଷତ ଅବସ୍ଥାରେ ପ୍ରଥମେ ପାଣ୍ଡ୍ରିପାଣି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ଉତ୍ତମ ଚିକିତ୍ସା ପାଇଁ ଦୁହିଁଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଏ ସଂପର୍କରେ ବଧ ବିଭାଗ ତଦନ୍ତ କରୁଥିବା ସୂଚନା ମିଳିଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *