ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।
ଓଡ଼ିଶାର କୋଣ ଅନୁକୋଣ ସହର ହେଉ କି ଗ୍ରାମାଞ୍ଚଳ ହେଉ ପୂଜା ପାର୍ବଣ ର ମାହୋଲ ଅତି ଚମତ୍କାର। ଆଜି କାଲି ସହରାଞ୍ଚଳରେ ସେହି ପୁରୁଣା ପ୍ରଥା ଯାହା ଗ୍ରାମାଞ୍ଚଳ ରେ ସବୁବେଳେ ପିଢ଼ି ପିଢି ଦେଇ ହୋଇ ଆସୁଛି ତାହାର ଅନୁକରଣ ହେଉଛି। ସହରାଞ୍ଚଳରେ ପୂଜା ଟିକିଏ ନୂତନ ଶୈଳୀ ବହୁ ଆଡମ୍ବର ରେ ହେଉ ଥିବା ବେଳେ ପୁରପଲ୍ଲୀରେ ପ୍ରାକୃତିକ ପରିବେଶରେ ପୂଜାପାର୍ବଣ ରେ ପ୍ରତ୍ୟେକ ପରିବାର ର ସମସ୍ତ ସଦସ୍ୟ ଏକାଠି ମିଳି ବଡ଼ ଆନନ୍ଦରେ ଉପଭୋଗ କରନ୍ତି। ଏହା ଅତ୍ୟନ୍ତ ବିଧିବିଧାନ ଓ ପାରମ୍ପରିକ ପୂର୍ଣ୍ଣ। ଗ୍ରାମାଞ୍ଚଳ ରେ ଉପଭୋଗ କରୁଥିବା କେତୋଟି ମୁଖ୍ୟ ପର୍ବ ମଧ୍ୟରୁ ଦୋଳପୂର୍ଣ୍ଣିମା ଓ ହୋଲି ଅନ୍ୟତମ। ଦୋଳପୂର୍ଣ୍ଣିମା ପୂର୍ବରୁ ସମସ୍ତ ପରିବାର ଏକତ୍ରୀତ ହୋଇ ଦୋଳ ବିମାନ ରେ ବିଜେ ହୋଇ ଥିବା ରାଧାକୃଷ୍ଣ ବା ଦୋଳଗୋବିନ୍ଦ ଙ୍କ ନିଜ ନିଜ ଘରକୁ ରୀତି ଅନୁସାରେ ନିମନ୍ତ୍ରଣ କରି ପୂଜା ଅର୍ଚ୍ଚନା କରିଥାନ୍ତି ଓ ଶେଷରେ ଆନନ୍ଦରେ ନିଜ ନିଜ ମଧ୍ୟରେ ପୂଜା ହୋଇ ଥିବା ଅବିରକୁ ଲଗାଇ ଆଗାମୀ ବର୍ଷ ପାଇଁ ନିମନ୍ତ୍ରଣ ଦେଇ ବିଦାୟ ଦେଇ ଥାନ୍ତି। ପରିବାର ସଦସ୍ୟ ମାନେ ମଧ୍ଯ ଠାକୁର ଙ୍କୁ ମଧ୍ଯ ନିଜ ନିଜ ସ୍କନ୍ଧ ରେ ବୋହି ନେଇ ଯାଇ ଥାନ୍ତି। ବହୁତ ଆନ୍ତରିକତାର ସହ ଆମୋଦ ପ୍ରମୋଦ ସହ ହୋଲି ପର୍ବ ପାଳନ କରୁଥାନ୍ତି।