ମାଲକାନଗିରି : ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଓମିନ ଭ୍ୟାନ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁୁରୁତର ଥିବାର ଜଣାପଡ଼ିଛି। ମୃତକ ଜଣକ ହେଲେ ସୁନାବେଡ଼ା ଡ଼ିପି କ୍ୟାମ୍ପର ସୁଦାସ ମଣ୍ଡଳ(୫୨) ଓ ଗୁରୁତର ଜଣକ ହେଲେ ଅରୁଣ ମଣ୍ଡଳ(୫୧)। ସୂଚନା ଅନୁସାରେ ସୁଦାମ ଓ ଅରୁଣ ଏକ ଭ୍ୟାନ୍ରେ ସୁନାବେଡ଼ାରୁ କାଲିମେଳା ଜଣେ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ପୋଟେରୁ ଠାରେ ହେଉଥିବା ଦୋଳଯାତ୍ରା ଦେଖିବାକୁ ଓମିନି ଧରି ସେମାନେ କାଲିମେଳାରୁ ପୋଟେରୁ ଅଭିମୁଖେ ଯାଉଥିବା ବେଳେ ଆଜି ଅପରାହ୍ନ ୩ଟା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ଓମିନିଟି ଏକ ଗଛରେ ଯାଇ ପିଟି ହୋଇଯାଇ ଥିଲା। ଫଳରେ ଗାଡ଼ିରେ ବସିଥିବା ସୁଦାସ ମଣ୍ଡଳଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଗାଡ଼ି ଚଳାଉଥିବା ଅରୁଣ ମଣ୍ଡଳଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଜଣା ପଡ଼ିଛି । ଖବର ପାଇ ଆମ୍ଭୁଲାନ୍ସ ଯୋଗେ ଉଭୟଙ୍କୁ କାଲିମେଳା ମେଡ଼ିକାଲକୁ ଅଣାଯାଇଥିଲା। ମୃତ୍ୟୁବରଣ କରିଥିବା ସୁଦାସ ମଣ୍ଡଳଙ୍କ ଶବ କାଲିମେଳା ମେଡ଼ିକାଲ ରେ ରହିଥିବା ବେଳେ ଗୁରୁତର ଆହାତ ହୋଇଥିବା ଅରୁଣ ମଣ୍ଡଳଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗାଡ଼ି ଚଳାଉଥିବା ଅରୁଣ ମଣ୍ଡଳଙ୍କ ଆଖି ଲାଗି ଯିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ପୋଲିସ ପ୍ରକାଶ କରିଛି । ମୃତକଙ୍କ ପରିବାରକୁ ଖବର ଦିଆଯାଇଥିବା ବେଳେ ସେମାନେ ଆସିଲେ ଶବ ହସ୍ତାନ୍ତର କରାଯିବ ବୋଲି କାଲିମେଳା ଥାନ ଅଧିକାରୀ ଶ୍ରୀ ତାଣ୍ଡି କହିଛନ୍ତି।
(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)