ଚୋରି ମାମଲା ରେ ୪ ସମେତ ୨ ନାବାଳକ ଗିରଫ

(ଚୋରି ସାମଗ୍ରୀ ସହ ୭୫ ଟଙ୍କା ଗିରଫ)

ମାଲକାନଗିରି : ଆଜି ମାଲକାନଗିରି ପୋଲିସ ଚୋରୀ କେସରେ ଚାରି ଜଣ ସମେତ ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି । ଗିରଫ ଆସାମୀଙ୍କ ଠାରୁ କିଛି ସାମଗ୍ରୀ ଓ ଟଙ୍କା ଜବତ କରିବାରେ ସଫଳ ହୋଇଛି। ମାଲକାନଗିରି ଥାନା କେସ ନଂ ୨୦୫/ତା:୧୦.୩.୨୦୨୪ ଧାରା
୪୫୭/୩୮୦ ଏବଂ ମାଲକାନଗିରି କେସ ନଂ ୭୧୩ ତା:୧୦.୧୨.୨୦୨୩ ଅନୁସାରେ ଅଭିଯୁକ୍ତମାନେ ହେଲେ ମାଲକାନଗିରି ବସ ଷ୍ଟାଣ୍ଡ ରାଜା ସଗରିଆ (୧୯),ରିକ୍ଲାମେସନ କଲୋନୀ ର ପବନ ନାଗ(୨୧),୧୧୯ କଲୋନୀ ର ସୂରଜ ପାଙ୍ଗି (୧୯), ବୁଟିଗୁଡାର ଏମଡି ହଂସାରୀ (୩୦)୨ ଜଣ ବାଳକ ଏହି ମାମଲାରେ ଗିରଫ ହୋଇ ଥିବା ଜଣାପଡିଛି । ତେବେ ହଂସାରୀଙ୍କୁ ମାଲକାନଗିରି କେସ ନ ୭୧୩ ତା:୧୦.୧୨.୨୦୨୩ ଧାରା ୪୫୭/୩୮୦ ରେ ମାମଲା ରୁଜୁ କରାଯାଇଛି। ପୋଲିସ ସୂଚନା ଅନୁସାରେ ଗତ ୧୦.୩.୨୦୨୪ରେ ଅଭିଯୁକ୍ତ ବ୍ୟକ୍ତି ରାଜା ସଗରିଆ, ପବନ ନାଗ, ସୁରଜ ପାଙ୍ଗି ଏବଂ ଦୁଇ ନାବାଳକ ଅଭିଯୋଗକାରୀଙ୍କ ଘରେ ପ୍ରବେଶ କରିଥିଲେ।

୧୧୯ କଲୋନୀ ଥାନା ମାଲକାନଗିରିର କୁମୁଟି ଖରା ତାଲା ଭାଙ୍ଗି ମାଲକାନଗିରି ଅସାଧୁ ଉଦ୍ଦେଶ୍ୟରେ ପ୍ରାୟ ୩ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି କରିଥିଲା। ଅଭିଯୁକ୍ତମାନେ ନଗଦ ଏବଂ ସୁନା ଅଳଙ୍କାର ପରସ୍ପର ମଧ୍ୟରେ ବଣ୍ଟନ କରି ଥିଲେ। ସେହି ପରି ଗତ ୯.୧୨.୨୦୨୩ ରେ ଅଭିଯୁକ୍ତ ବ୍ୟକ୍ତି ରାଜା ସଗରିଆ, ପବନ ନାଗ, ଜଣେ ନାବାଳକ ବ୍ୟକ୍ତି ଏବଂ ଅନ୍ୟମାନେ ବସ୍ ଷ୍ଟାଣ୍ଡ ମାଲକାନଗିରି ନିକଟସ୍ଥ ଠାକୁର ଅନୁଗୁଳ ଚନ୍ଦ୍ର ମନ୍ଦିରରେ ପ୍ରବେଶ କରି ପ୍ରାୟ ୫୦ ହଜାର ନଗଦ ଟଙ୍କା ୨ ଟି ଫ୍ୟାନ ୧ ଇନଭର୍ଟର, ୧ ଇନଭର୍ଟର ବ୍ୟାଟେରୀ, ୨ ଷ୍ଟାଣ୍ଡ ଫ୍ୟାନ ଏବଂ ଦାନ ବାକ୍ସ ଚୋରି କରିଥିଲେ । ଆଜି ମାଲକାନଗିରି ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୭୫ ହଜାର ଟଙ୍କା,ସୁନାର କାନ ରିଙ୍ଗ ୨ଟି ,୧.ସୁନା ଲକେଟ୍ ,୨ ଟି ମୋବାଇଲ,ଇନଭଟର ଗୋଟେ,୧ ଇନଭଟର ବ୍ୟାଟେରୀ , ୨ଟି ଫ୍ୟାନ ଜବତ କରିଛି। ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *