ବସ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ବସ ଡ୍ରାଇଭର ମୃତ୍ୟୁ, ଚାରି ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି -୨୩ ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ଛକ ଠାରେ ବସ ଓ ପିକଅପ ଭ୍ୟାନ ସହିତ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବସ ଡ୍ରାଇଭର ର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬.୩୦ମିନିଟ ସମୟରେ ଏମଭି -୭୯ରୁ ଯାତ୍ରୀମାନଙ୍କୁ ନେଇ ଏକ ବସ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ମାଲକାନଗିରିରୁ କାଲିମେଳା ଏକ ପିକଅପ ଭ୍ୟାନ ଲୁହା ପାଇପ ବୋଝେଇ କରି ଦ୍ରୁତ ଗତିରେ ଆସୁଥିଲା । ମାଲକାନଗିରି ମୋଟୁ ଜାତୀୟ ରାଜପଥର ଏମଭି- ୨୩ ପେଟ୍ରୋଲ ପମ୍ପ ନିକଟରେ ବସ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପିକଅପ ଭ୍ୟାନରେ ଲୋଡ଼ ହୋଇଥିବା ଲୁହା ପାଇପ ବସ ଡ୍ରାଇଭରର ବେକରେ ସିଧାସଳଖ ପଶି ଯିବାରୁ ଘଟଣାସ୍ଥଳରେ ଡ୍ରାଇଭର ଆର.ବି . ରାଓଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଡ୍ରାଇଭରଙ୍କ ଘର ଆନ୍ଧ୍ର ପ୍ରଦେଶର ବିଜୟା ନଗର ଅଞ୍ଚଳରେ ବୋଲି ଜଣା ପଡ଼ିଛି।ସେହିପରି ପିକଅପ ଭ୍ୟାନ ଡ୍ରାଇଭର ମାଲକାନଗିରି ଅଞ୍ଚଳର ମୋହନ ସୁନା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ଜଣା ପଡିଛି । ଚାରି ଜଣ ଗୁରୁତର ବ୍ୟକ୍ତି ମାନଙ୍କୁ ପ୍ରଥମେ କାଲିମେଳାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।ପରେ ଅବସ୍ଥା ସଂକଟାପନ୍ନ ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *