ଓଡ଼ିଶାର ନିଆରା ପ୍ରଥା, ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣୀ।

ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।

ଯାହାଙ୍କର ଠାକୁର ବଡ଼ ଠାକୁର ମହାପ୍ରଭୁ ଜଗନ୍ନାଥ, ଯାହାଙ୍କର ଦାଣ୍ଡ ବଡ ଦାଣ୍ଡ, ଯାହାଙ୍କର ପ୍ରସାଦ ମହାପ୍ରସାଦ ସେହି କିମ୍ବଦନ୍ତୀ ଓଡ଼ିଶାର ପ୍ରଚଳିତ ପ୍ରଥା, ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣୀ ଅତ୍ୟନ୍ତ ଆମୋଦ ପ୍ରମୋଦ ପୂର୍ଣ୍ଣ। ଯେଉଁ କେତୋଟି ମୁଖ୍ୟ ପର୍ବ ପାଳିତ ହୋଇଥାଏ ସେଥି ମଧ୍ୟରୁ ଦୋଳ ପର୍ବ ହୋଲି ଅନ୍ୟତମ।ଆଜି ଏକ ପବିତ୍ର ଦିନ ଫଗୁ ଦଶମୀ ପୌରାଣିକ କିମ୍ବଦନ୍ତୀରୁ ଜଣାଯାଏ ଯେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଅବତାରରେ ଗୋପି ମାନଙ୍କ ସହ ଫଗୁ ଖେଳି ଥିଲେ । ଆଜି ଠାରୁ ଓଡ଼ିଶାର ସହର ବିଶେଷ କରି ଗ୍ରାମାଞ୍ଚଳରେ ଏହା 5 ଦିନ 7 ଦିନ ଧରି ଚାଲିବ।ଶେଷରେ ଦୋଳ ପୂର୍ଣ୍ଣିମା ଦିନ ଠାକୁର ଭୋଗ ଖାଇ ସାରିବା ପରେ ଯାଦବ ସମ୍ପ୍ରଦାୟର ଲୋକେ ଲହୁଡି ଖେଳନ୍ତି, ପଞ୍ଜିକାର ଚଳିତ ବର୍ଷର ନୂତନ ପାଞ୍ଜିରେ ଥିବା ସମସ୍ତ ଭବିଷ୍ୟତ ପଢିଥାନ୍ତି ସେହିଠାରୁ ନୂତନ ପାଞ୍ଜି ପ୍ରଚଳନ ହୁଏ। ଦୋଳ ପୂର୍ଣ୍ଣମୀ ପରେ ଠାକୁର ଯମୁନା ସ୍ନାନ କରି ପୁଣି ମନ୍ଦିରକୁ ବାହୁଡି ଆସନ୍ତି।

Leave a Reply

Your email address will not be published. Required fields are marked *