ଚୋରି ଅଭିଯୋଗରେ ୭ ଆନ୍ତଃରାଜ୍ୟ ମହିଳା ଗିରଫ

ମାଲକାନଗିରି : କାଲିମେଳା ବ୍ଲକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମ ଗୃହରେ ତାଲା ଭାଙ୍ଗି ଚୋରି କରୁଥିବା ୭ ଆନ୍ତଃରାଜ୍ୟ ମହିଳା ପୋଲିସ ଗିରଫ କରିଛି । ସେମାନେ ମୁଣ୍ଡର ଚୁଟି ନେଇ ତା ବଦଳରେ ଗିନାର ଅଦଳ ବଦଳ ବିକ୍ରି କରୁଥିବା ବାହାନାରେ ପୋଡ଼ଶୀ ରାଜ୍ୟ ତେଲେଙ୍ଗାନାରୁ ଓଡିଶା ଆସି ଗାଁ ଗହଳିର ବିଭିନ୍ନ ସାହି ସାହିରେ ବୁଲୁଥିବା ମହିଳା ଗ୍ୟାଙ୍ଗକୁ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ର କାନ୍ତ ତାଣ୍ଡିଙ୍କ ନିର୍ଦ୍ଧେଶ କ୍ରମେ ଏସ.ଆଇ ସୁଜିତ କୁମାର ବିଶ୍ୱାସଙ୍କ ସହ ଏକ ପୋଲିସର ଟିମ ମିଶି ଏହି ମହିଳାମାନଙ୍କୁ ଗିରଫ କରି ଆଣି ଗତ କାଲି ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରି ଥିଲେ। ତାଙ୍କ ଠାରୁ ଗୋଦାମ ଗୃହରେ ଗଛିତ ହୋଇଥିବା ଆର୍ ଡବ୍ଲୁଏସଏସ ବିଭାଗର ୩୦ ଗୋଟି ସିଲିଣ୍ଡର ଓ ୭୦୦ ଗୋଟି ଲୁହା ନଳ କୂପ ସାମଗ୍ରୀ ଇତ୍ୟାଦି ଚୋରି କରିଥିବା କିଛି କିଛି ଜିନିଷ ତାଙ୍କ ଥଳି ବ୍ୟାଗରୁ ପାଇବା ପରେ ଆଜି କୋର୍ଟ ଚାଲାଣ କରିଛି । ଗତକାଲି ରବିବାର ହୋଇଥିବାରୁ ବିଭଗୀୟ କର୍ମଚାରି ଅଫିସକୁ ଆସିବେ ନାହିଁ ଭାବି ଗୋଦାମ ଗୃହର ତାଲା ଭାଙ୍ଗି ଚୋରି କରୁଥିବା ସମୟରେ କାଲିମେଳା ଗ୍ରାମ ପଞ୍ଚୟତର ପିଅନ ତଥା ସୁଧାଂଶୁ ଭଣ୍ଡାରୀ ପ୍ରଥମେ ଦେଖି ଖବର ଦେବା ପରେ ଆର୍ ଡବ୍ଲୁ ଏସ ଏସ ବିଭାଗର ସହକାରୀ ଯନ୍ତ୍ରୀ ସୁକୁମାର ପ୍ରଧାନ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ କାଲିମେଳା ଥାନା ପକ୍ଷରୁ କେସ ନମ୍ବର ୭୫/୨୪ ତା: ୦୩.୦୩.୨୪ ରେ ଧାରା ୪୫୪/୩୮୦/୫୧୧ ଆଇପିସିରେ ମାମଲା ରୁଜୁ କରାଯାଇଥିଲା । ସେମାନେ ହେଲେ ତେଲେଙ୍ଗାନା ରାଜ୍ୟର ୱାରଙ୍ଗଲ ଜିଲ୍ଲାର ମୁଲୁଗୁ ପୋଲିସ ଥାନା ଅଧୀନ ବଂଜାରୁପଲ୍ଲୀ ଗ୍ରାମର ଦାସାରି ନରସିମା ଙ୍କ ସ୍ତ୍ରୀ ଦାସାରୀ ନୟମ୍ମା ଓ ଭାନାମ ରାଜେଶ ଙ୍କ ସ୍ତ୍ରୀ ଭାନାମ ରେଣୁକା କରିମ ନଗର ଜିଲ୍ଲାର ସିରିପୁରମ ଥାନା ଅଧୀନ ଦୁବାପଲ୍ଲୀ ଗ୍ରାମର ଦାସରୀ ସନ୍ତାୟା ଙ୍କ ସ୍ତ୍ରୀ ଦାସରୀ ରେବୀକା ଓ କାନ୍ଦଲା ଗଣେଶ ଙ୍କ ସ୍ତ୍ରୀ କାନ୍ଦଲା ସୁବ୍ରତା କତ୍ତାଗୁଡେମ ଜିଲ୍ଲାର ଚେର୍ଲା ଗ୍ରାମ ର କାନ୍ଦଲା ଚାନ୍ଦାରମା ଙ୍କ ସ୍ତ୍ରୀ କାନ୍ଦଲା ମହେଶମ୍ମା ଓ କାନ୍ଦଲା କୋଷୟା ଙ୍କ ସ୍ତ୍ରୀ କାନ୍ଦଲା ତିରୁପତି ଆମ୍ମା ଓ ମଞ୍ଚେର୍ଲା ଜିଲ୍ଲାର ଉତକୁର ଥାନା ଅଧୀନ ଲକ୍ସଲପେଟା ଗ୍ରାମ ର ବଲାନି ସମୟା ଙ୍କ ସ୍ତ୍ରୀ ବଲାନି ଭେନକେଟ ଆମ୍ମା ଏହି ସାତ ଜଣ ଅନ୍ତୋରାଜ୍ୟ ଚୋରଙ୍କୁ ଆଜି କାଲିମେଳା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ସମସ୍ତ ମହିଳା ମାନେ ତେଲେଙ୍ଗାନା ରାଜ୍ୟର ଅଟନ୍ତି। ଏହି ଘଟଣାର ତଦନ୍ତକାରୀ ଅଫିସର ଏସ.ଆଇ ସୁଜିତ କୁମାର ବିଶ୍ୱାସ ରହିଥିବା କଥା କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ପ୍ରକାଶ କରିଛନ୍ତି ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *