ମୋ ମାଆ

ଶେଖ୍ ମୁନତାଜ୍ ଖାତୁନ୍

ଯେଉଁ ଦିନ ମୁଁ ଏନ୍ତୁଡି ଶାଳେ,କୁଆଁ କୁଆଁ ରାବ କଲି
ସେଇଠି ଚିହ୍ନିଲେ ପ୍ରଥମେ ଯାହାକୁ,ସେଥିଲା ମାଆ ମୋହରି
ବଡ଼ ହେଲି ମୁଁ ପାଠ ପଢ଼ିଲି,ବିଦ୍ୟାଳୟକୁ ଗଲି
ମାଆଙ୍କର ସେ ହିତୋପଦେଶ, ମନେ ଥରେ ସୁମରିଲି
ମାଆ କହନ୍ତି ଭଲ ପଢି ତୁମେ,ବଡ଼ ମଣିଷ ହୁଅ
ଜଗତରେ ତୁମେ କୋଟିଏ ଭିତରେ,ଗୋଟିଏ ସୁନା ହୁଅ
ବିଦ୍ୟାଳୟକୁ ଯିବାର ବେଳେ କହନ୍ତି,ମନେରଖ
ସାଙ୍ଗ ସାଥି ଓ ଗୁରୁଜନଙ୍କୁ ସମ୍ମାନ ଦେଇ ଶିଖ
ଆପଣାପର ନଭାବି ତୁମେ, ସଭିଙ୍କ ସାଥି ମିଶ
ଭଲଗୁଣ କୁ ଆଦରି ତୁମେ,ମନ୍ଦକୁ କର ଧିକ
କାହାରି ମନେ କଷ୍ଟ ଦିଅନା,ଦୁଃଖ ଦିଅନା କେବେ
ହସ ଖୁସିକୁ ବାଣ୍ଟି ଜାଣିଲେ, ପ୍ରିୟଭାଜନ ହୋଇବୁ ସେବେ
କୁହନ୍ତି ମାଆ ସକାଳୁ ଉଠି, ସଭିଙ୍କୁ ପ୍ରଣାମ କର
ଲଘୁଜନଙ୍କୁ ଆଦର କର,ଦିଅ ସ୍ନେହ ଓ ଆଦର
ମାଆ ଠୁ ବଳି ମମତାମୟୀ,ଏ ଜଗତେ କେହି ନାହିଁ
ସବୁ ଗୁରୁଠୁ ଆଦ୍ୟରେ ଥାଏ,ମାଆ ମୋ ଅଟେ ସେହି
ସବୁ ବୁଝିବା କଥାଟି କହି,କୋଳରେ ନିଏ କୋଳେଇ
ଋଷିଲେ ମୁହିଁ ଦିଏ ବୁଝାଇ,ସୁନା ପିଲା ଋଷେ ନାହିଁ
ଜ୍ୱର ମୋ ହେଲେ ପାଶରେ ବସି,ପଥି ଖୁଆଇ ଦିଏ
ମଥା ଆଉଁସି କେତେ କଥାରେ,ମନ ମୋହର ମୋହେ
ପୃଥିବୀ ପରି ସର୍ବସଂହା ମାଆ ସବୁ ସେ ସହି ଯାଏ
ଛାତିକୁ ତାର ପଥର କରି , ଦୁଃଖ ଲୁଚେଇ ଦିଏ
ମାଆ ପାଇଁ ଆମେ ବନ୍ଧା ଯେ ସବୁ,ଏକତାର ରଜ୍ଜୁରେ
ମାଆ ନାହିଁ ଯାର,ସାହା ନାହିଁ ତାର
ଏକଥା ମନେ ରଖରେ

ସହକାରୀ ଶିକ୍ଷୟିତ୍ରୀ
ଏ.ଇ.ଏମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ବରଗଡ଼
ସମ୍ପର୍କ:-୭୮୭୩୮୩୩୭୪୭

Leave a Reply

Your email address will not be published. Required fields are marked *