ଚାରି ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,ଜଣେ ଗିରଫ

ମାଲକାନଗିରି, ମାଲକାନଗିରି ଥାନା ପୋଲିସକୁ ମିଳିଛି ସଫଳତା, ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରିବା ସହିତ ତା ନିକଟରୁ ୪୫କେଜି ଗଞ୍ଜେଇ ପୋଲିସ ଜବତ କରିଛି । ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନିର୍ଦ୍ଧେଶ କ୍ରମେ ସବ ଇନିସପେକ୍ଟର ଏସ ଭୋଇଙ୍କ ନେତୃତ୍ବରେ ପୋଲିସ ଟିମ ଚାଲାଣଗୁଡା ପଞ୍ଚାୟତ ରେଙ୍ଗାବନ୍ଧ ନିକଟସ୍ଥ ମାଲକାନଗିରି ଛତିଶଗଡ଼ ସୀମାନ୍ତ ରାସ୍ତାରେ ରାତ୍ର ପାଟ୍ରୋଲିଂ କରୁଥିବା ବେଳେ ରାସ୍ତାରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ତିନୋଟି ଅଖା ବସ୍ତା ଧରି ଛିଡା ହୋଇଥିଲା। ପୋଲିସକୁ ଦେଖି ଦୌଡ଼ି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା। ବସ୍ତା ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବାର ଦେଖି ସେ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇ ପଚରାଉଚରା କରିଥିଲେ । ମାଲକାନଗିରି ଜିଲ୍ଲା ଝରାପାଲ୍ଲୀ ପଞ୍ଚାୟତ ସ୍ଥିତ ବାଙ୍ଗୁଟିଗୁଡା ଗ୍ରାମର ଶତ୍ରୁଘନ ବେଞ୍ଚାମୀ ଛତିଶଗଡ଼ ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ କରିବା ପାଇଁ ଗାଡିକୁ ଅପେକ୍ଷା କରି ଥିଲା । ସେହି ସମୟରେ ପୋଲିସ ଗଞ୍ଜେଇ ଜବତ କରି ଶତ୍ରୁଘନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗଞ୍ଜେଇର ଓଜନ ୪୨ କେଜି ହୋଇ ଥିଲା ବେଳେ ଏହାର ବଜାର ମୂଲ୍ୟ ଆନୁମାନିକ ପ୍ରାୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି । ଏହା ବ୍ୟତୀତ ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ ଏବଂ ୩୫୦ ଟଙ୍କା ପୋଲିସ ଜବତ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *