ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ବାଦିକ)

ପଶ୍ଚିମାଞ୍ଚଳ ବ୍ୟୁରୋ କ୍ରାନ୍ତି ଓଡ଼ିଶା
ଏଇ କିଛି ବର୍ଷ ହେଲା ଗଣତନ୍ତ୍ର ଆଉ ଗଣତନ୍ତ୍ର ହୋଇ ରହିନାହିଁ।ସମୟ ଥିଲା ଗ୍ରାମ ମାନଙ୍କରେ ନିଜନିଜ ମଧ୍ୟରେ ସୁସମ୍ପର୍କ,ଦୁଃଖରେ ଦୁଃଖି, ଖୁସିରେ ଖୁସି ଆଦାନ ପ୍ରଦାନ,ବୟସରେ ବଡ଼ ମାନଙ୍କ କଥାବାର୍ତ୍ତା ମାନିବା ପ୍ରଥା ଲୋକେ ମାନି ଆସୁଥିଲେ ।ଖୁବ୍ ସୁନ୍ଦର ଥିଲା ଗ୍ରାମାଞ୍ଚଳର ପରିବେଶ।ଏମିତି କି ଛୋଟ ବୟସର ଖେଳକୁଦ ଯେମିତି କେଲି ଖେଳ,ବାଟି ଖେଳ,ତାସପତି,ରସିଡିଆଁ,ପୁଚି ଖେଳ, ଲୁକ୍’ଲୁକାନି, ରୁମାଲ ଚୋରି,କବାଡି ଇତ୍ୟାଦି ଅନେକ ଖେଳ ଏକପ୍ରକାର ଲୁପ୍ତ ହୋଇ ସାରିଛି। ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଯଦି ଏଇ ଖେଳ ସମ୍ପର୍କରେ ପଚରା ଯାଏ ସେମାନେ ଅନାଇଥିବେ ।ଏ କିପ୍ରକାରର ଖେଳ କଥା କହୁଛନ୍ତି,ଆମେ ତ ଜାଣିନୁ ବୋଲି ଉତ୍ତର ମିଳିବ।ସେ ସମୟର ବିଧାୟକ ମାନଙ୍କ ବ୍ୟବହାର, ଲୋକଙ୍କ ସମସ୍ୟା ଗୁଡିକୁ ବୁଝିବା ପରେ ସେମାନଙ୍କ ସମସ୍ୟା କେମିତି ସମାଧାନ ହେବ ସେ ବିଷୟରେ ସେମାନେ ବେଶ ଗୁରୁତ୍ୱ ଦେଉଥିଲେ।ସେମାନେ ଭୋଟର ମାନଙ୍କୁ ବେଶ୍ ସମ୍ମାନ ଦେଉଥିଲେ।କାରଣ ଗଣତନ୍ତ୍ର ନିର୍ମାତା ହେଉଛନ୍ତି ଆମ ଦେଶର ଅଗଣିତ ଭୋଟର।ହେଲେ ଏଇ କେଇବର୍ଷ ହେବ ଆକସ୍ମିକ ଭାବେ ଝଡ଼ ଆସିଲା ଭଳି ଗଣତନ୍ତ୍ରରେ କଳାବାଦଲ ଘୋଡାଇ ଦେଇଛି। ଗାଁ ଗାଁ ଭିତରେ ସଂଘର୍ଷ,ଭାଇ ଭାଇ ଭିତରେ ହିଂସା, ଗାଁ ମାନଙ୍କୁ ବିଭିନ୍ନ ଦଳ ଭିତରେ ବିବାଦ,ମଦ ମାଂସର ଖେଳ ସାଙ୍ଗକୁ କେତେଟଙ୍କାରେ ନିଜସ୍ୱ ମତକୁ ଛଡ଼ାଇ ନେଉଛନ୍ତି ଗଣତନ୍ତ୍ର ନେତାଏ। ଗଣତନ୍ତ୍ରକୁ ହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନାହାନ୍ତି।ନିଜ ସ୍ୱାର୍ଥରେ ଅନ୍ଧ ହୋଇ ନିଜ ଦେଶ,ନିଜ ରାଜ୍ୟ,ନିଜ ଜନ୍ମମାଟିକୁ ଜଳାଞ୍ଜଳୀ ଦେବା କେତେଯେ ଠିକ ତାହା ବିଚାର ଯୋଗ୍ୟ। ପ୍ରଥମେ ଆମେ ଆସିବା ଓଡ଼ିଶାର ବ୍ଲକକୁ। ନିଜ ଅଞ୍ଚଳ,ନିଜ ଗ୍ରାମକୁ ଯିଏ ସଜାଡି ପାରିବ ସେମାନଙ୍କୁ ବିବେଚିତ କରି ଲୋକ ପ୍ରତିନିଧି ଭାବେ ବାଛିବା ଉଚିତ।ଏଠି ଦଳକୁ ପଛରେ ପକାଇ ନିଜ ମାଟି ମାଁ କୁ ସମ୍ମାନ ଜଣାଇ ସେ ବ୍ୟକ୍ତି ଆପଣ ମାନଙ୍କ ଯେତେ ବିରୋଧି ହୋଇ ଥାଉନା ପଛକେ ତାକୁ ଭୋଟ ଖଣ୍ଡିଏ ଦେଇ ନିର୍ବାଚିତ କରିବା କଥା।ଯାହା ମାଁ ମାଟି ଦୂରରୁ ଥାଇ ଜାଣିପାରିବ ଯେ,ମୋ ସନ୍ତାନ ମୋତେ ଉପଯୁକ୍ତ ସମ୍ମାନ ଦେଇଛି।ଲେଖିବାର ତାତ୍ପର୍ଯ୍ୟ ଏହିଯେ, ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଅନେକ ବ୍ଲକ ରହିଛି ଯେଉଁଠୁ ଆଜିଯାଏଁ ବିଧାୟକ ଭାବେ ପ୍ରତିନିଧିତ୍ଵ କରି ଆସିଛନ୍ତି।ଏହା ମୁକ ସାକ୍ଷୀ ହେଉଛି ରାଜନୀତି ଇତିହାସ।ଠିକ ସେମିତି ଓଡ଼ିଶାର ଅଗଣିତ ବ୍ଲକବାସୀ ଏହାକୁ ତର୍ଜମା କରିବା ଉଚିତ।ଏଣୁ ନୂତନତ୍ବ ସନ୍ଧାନକୁ ସ୍ୱାଗତ କରି ଯେଉଁ ବ୍ଲକରୁ ନୂତନ ଭାବେ ଯେ କୈାଣସି ଦଳରୁ ହେଉନା କାହିଁକି ସେମାନଙ୍କୁ ସ୍ୱାଗତ କଲେ ପରିବର୍ତ୍ତନ ସ୍ରୋତ ନିଶ୍ଚିତ ହେବ, ନଚେତ ଯେମିତି କୁ ସେମିତି ଚାଲିଥିବ। ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ନିଜସ୍ୱ ମତଦାନ କରିବା ହେଉଛି ଗଣତନ୍ତ୍ରର ରକ୍ଷକ। ଯେଉଁ ମାନେ ପ୍ରଲୋଭନର ଶିକାର ହୋଇ ମତଦାନ କରନ୍ତି ସେମାନେ ହେଲେ ଗଣତନ୍ତ୍ରର ଭକ୍ଷକ।ଏହା ସମ୍ପୂର୍ଣ୍ଣ ସତ୍ୟ।ଭୁଲି ଯାହା ଦଳ, ଆସନ୍ତୁ ସମସ୍ତେ ମିଳିମିଶି ନିଜ ଗାଁ,ନିଜ ମାଟି,ନିଜ ଦେଶ,ନିଜ ରାଜ୍ୟକୁ ଏଇ ଘୋଟି ଆସିଥିବା କଳାବାଦଲରୁ ରକ୍ଷା କରିବା।