ମାଲକାନଗିରି : ଆଜି ସମଗ୍ର ଓଡିଶାରେ ଆରମ୍ଭ ହୋଇଛି ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା । ସେହିପରି ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ-୨୦୨୪ ପାଇଁ ୧୨୫ଟି ହାଇସ୍କୁଲର ୮୯୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲା | ବେଳେ ସେମାନଙ୍କ ମଧ୍ୟରୁ ୮୭୩୫ ଜଣ ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେଇ ଥିଲେ। ଏଥି ପାଇଁ ଜିଲ୍ଲାରେ ୪୧ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ଆଜି ପ୍ରଥମ ଦିନର ୨୪୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି । ପରୀକ୍ଷା କେନ୍ଦ୍ର ଗୁଡିକରେ କପି ମୁକ୍ତ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ୱତନ୍ତ ସ୍କୋୱାର୍ଡ, ଜିଲ୍ଲା ଓ ସେଣ୍ଟ୍ରାଲ ସ୍ଥରୀୟ ସ୍କୋୱାର୍ଡ ଗଠନ କରାଯାଇଛି। ଏଥି ପାଇଁ ପର୍ଯ୍ୟବେକ୍ଷକ ୬୮ଜଣ ଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକ ସିସି ଟିଭି ଦ୍ବାରା ସଂଲଗ୍ନ କରାଯାଇଥିବା ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ୮୭୨୮ ଜଣ ନିୟମିତ, ୨୬ ଜଣ ପୂର୍ବତନ ଛାତ୍ରଛାତ୍ରୀ,୨ଜଣ ପତ୍ରବିନିମୟ ପରୀକ୍ଷାରେ ଅଂଶ ଗ୍ରହଣ କରିଛନ୍ତି। ଏହାବ୍ୟତୀତ ମୁକ୍ତ ବିନିମୟ ୧୦ମ ପାଠ୍ୟକ୍ରମ ପରୀକ୍ଷା ପାଇଁ ଜିଲ୍ଲାର ୮ଟି ଅଧ୍ୟୟନ କେନ୍ଦ୍ରର ମୋଟ ୨୨୬ ଜଣ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଭାବେ ୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଏଣୁ ୧୦ ଟି ନୋଡାଲ ସେଣ୍ଟର ଖୋଲା ଯାଇ ସମସ୍ତ ଥାନା ଗୁଡିକରେ ପ୍ରଶ୍ନ ପତ୍ରଗୁଡିକ ସୁରକ୍ଷାରେ ରଖାଯାଇଛି। ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ର ସହିତ ଯେପରି ପରୀକ୍ଷା ଦେବେ ସେ ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)