ଚଳିତ ମାସରେ ୮ ଟି ସମ୍ମାନ ପାଇଲେ କବି କେଶବ ଚନ୍ଦ୍ର ନାୟକ

ମାଲକାନଗିରି : ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଓଡ଼ିଆ ସାହିତ୍ୟ ର ଯେଉଁଠି ସୂର୍ଯ୍ୟାସ୍ତ, ସେଠି ପଙ୍କରୁ ପଙ୍କଜ ଜନ୍ମଦେଲା ଭଳି ଅହରହ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି କବି କେଶବ ଚନ୍ଦ୍ର ନାୟକ ଓଡ଼ିଶା ଜଣେ ସୁପରିଚିତ କବି।ସବୁ ଦିନେ କିଛି ନି କିଛି ଲେଖିବା ତାଙ୍କର କଳାତ୍ମକ ଗୁଣ, ଯାହାକୁ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି। ପ୍ରତି ଦିନ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ରଚିତ କବିତା,ଗଳ୍ପ, ପ୍ରବନ୍ଧ ସ୍ଥାନିତ ପାଇଥାଏ ।ସେ ସାହିତ୍ୟିକ ଭାବେ ସର୍ବତ୍ର ପରିଚିତ ଏବଂ ମାଲକାନଗିରି ଜିଲ୍ଲାର ଗୈାରବ କୁ ମହିମା ମଣ୍ଡିତ କହିଛନ୍ତି। କବି ଶ୍ରୀ ନାୟକ ଦୀର୍ଘ ୩୫ ବର୍ଷ ଓଡ଼ିଆ ସାହିତ୍ୟକୁ ସାଧନ କରିବା ସହ ପାଠକମାନଙ୍କୁ ଦେଇଛନ୍ତି ଭିନ୍ନ ସ୍ୱାଦର ସରସିକ୍ତ କବିତା ମାଧୁର୍ଯ୍ୟ,ଯାହାକି ସବୁ ବର୍ଗର ପାଠକୀୟ ଅଭିରୁଚି । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ କବି କେଶବ ଚନ୍ଦ୍ର ନାୟକ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ । ସେ ସାରା ଜୀବନ ଓଡ଼ିଆ ସାହିତ୍ୟ ରେ ବିଭିନ୍ନ ବିଷୟ ବସ୍ତୁକୁ ନେଇ ତାଙ୍କ କଲମ ମୁନ ଚଳଚଞ୍ଚଳ।କର୍ମମୟ ଜୀବନ ମଧ୍ୟରେ ସେ ସାହିତ୍ୟ କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି।ଶ୍ରୀନାୟକ ମାଲକାନଗିରି ଭଳି ଏକ ଅନ୍ନୁନତ ଜିଲ୍ଲାରେ ରହି ଆସୁଥିଲେ ମଧ୍ୟ ଓଡିଶାର ଜଣେ କ୍ଷାତନାମା କବି ଭାବରେ ସର୍ବତ୍ର ଜଣାଶୁଣା। ଚଳିତ ମାସ ରେ ତାଙ୍କୁ ଓଡ଼ିଶାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ୮ ଗୋଟି ସମ୍ମାନ ପ୍ରଦାନ କରାଯାଇଛି।

ସେଗୁଡିକ ହେଲା:- (୧)ମଧୁକ୍ଷରା ସମ୍ମାନ,ଶର୍ମି କାବ୍ୟ ଲେଖା ସାହିତ୍ୟ ସଂସଦ, ବିଶାଖାପାଟଣା ଦ୍ବାରା ସମ୍ବର୍ଦ୍ଧିତ (୨)ସମାଜ ସେବା ସମ୍ମାନ,ଅଭୟା ଲେଖିକା ସାହିତ୍ୟ ସଂଗଠନ,ନସିଡିପୁର, କେନ୍ଦ୍ରାପଡ଼ା ଦ୍ବାରା ସମ୍ବର୍ଦ୍ଧିତ (୩)ମା’ ମାଟି ସମ୍ମାନ , ବୀଣାପାଣି ସାହିତ୍ୟ ସଂଗଠନ,କଳିଙ୍ଗା , କେନ୍ଦୁଝର ଦ୍ବାରା ସମ୍ବର୍ଦ୍ଧିତ (୪)ମାର୍ଗ ଦର୍ଶନ ସମ୍ମାନ , ଶର୍ମି କାବ୍ୟ ଲେଖା ସାହିତ୍ୟ ସଂସଦ, ବିଶାଖାପାଟଣା ଦ୍ବାରା ସମ୍ବର୍ଦ୍ଧିତ(୫) ସରସ୍ବତୀ ଦାମୋଦର ସ୍ମୃତି ସମ୍ମାନ,ଅଭୟା ଲେଖିକା ସାହିତ୍ୟ ସଂଗଠନ,ନସିଡିପୁର, କେନ୍ଦ୍ରାପଡ଼ା ଦ୍ବାରା ସମ୍ବର୍ଦ୍ଧିତ( ୬) ବାସ ତୁଳସୀ ସମ୍ମାନ,ବୀଣାପାଣି ସାହିତ୍ୟ ସଂଗଠନ,କଳିଙ୍ଗା , କେନ୍ଦୁଝର (୭) ପ୍ରତି ବଦ୍ଧତା ସମ୍ମାନ,ଶର୍ମି କାବ୍ୟ ଲେଖା ସାହିତ୍ୟ ସଂସଦ, ବିଶାଖାପାଟଣା ,(୮) ପୁଣ୍ୟାତ୍ମା ସମ୍ମାନ, ନୀଳ ଚକ୍ର ସାହିତ୍ୟ ସୃଜନୀ ପରିବାର ତରଫରୁ କବି କେଶବ ଚନ୍ଦ୍ର ନାୟକ, ମାଲକାନଗିରିଙ୍କୁ ପୁଣ୍ୟାତ୍ମା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।କବି ଶ୍ରୀ ନାୟକ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷା ସାହିତ୍ୟ ପାଇଁ ଦୁଇ ଶହେରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ବିଭିନ୍ନ ସମ୍ମାନ ଦ୍ବାରା ଭୂଷିତ ଏବଂ ମାନପତ୍ର ଓ ପୁରସ୍କାର ପ୍ରାପ୍ତ କରିଛନ୍ତି। ବର୍ତ୍ତମାନ ସେ ଉତ୍କଳ ସାହିତ୍ୟ ସଂସଦର ସଭାପତି ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟରତ। ତାଙ୍କର ଲେଖନୀ ଚାଳନା ଅଦ୍ୟାବଧି ଚଳଚଞ୍ଚଳ।

ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ

Leave a Reply

Your email address will not be published. Required fields are marked *