ମାଲକାନଗିରି। ଜଣେ ପିତୃ ମାତୃ ହିନ ଶିଶୁ ବିପଦ ସଙ୍କୁଳ ଅବସ୍ଥା ରେ ଜୀବନ ଅତିବାହିତ କରୁଥିବା ବେଳେ ଆଇନ୍ ସେବା ପ୍ରାଧିକରଣ ମୁଖ୍ୟ
ଅଶୋକ କୁମାର ପଟ୍ଟନାୟକ ଏକ ଶିଶୁକୁ ଉଦ୍ଧାର କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ନିକଟରେ ହଜାର କରାଇଥିଲେ।ଆଇନ ସେବା ପ୍ରାଧିକରଣ ର ଉପ ମୁଖ୍ୟ ଆଇନ ସେବା ଓକିଲ ରାଜେଶ ପଟନାୟକ ଓ ସହାୟକ ଆଇନ ସେବା ଓକିଲ ସାଗର ପାଣିଗ୍ରାହୀ ଓ ସଂଯୁକ୍ତ ଦତ୍ତ ପରାମର୍ଶ କଲା ପରେ ଜଣା ଗଲା ଯେ ଶିଶୁଟି ର ପିତା ମାତା କରୋନା ସମୟରେ ମୃତ୍ୟୁ ବରଣ କରିଥିଲେ। ପିତା ମାତାଙ୍କ ମୃତ୍ୟୁ ପରେ ତା’ର ଯତ୍ନ ନେବା ପାଇଁ ପରିବରେ ଆଉ କେହି ନଥିବା ଯୋଗୁଁ ସେ ଏକୁଟିଆ ସାହି ପଡିଶା ଲୋକମାନଙ୍କ ସାହଯ୍ୟ ରେ ଜୀବନ ବିତାଇବା ସହ ଦୋକାନଗୁଡିକରେ କାମ କରି ଆସୁଥିଲା। ଯଦିଓ ସରକାର ଆଶୀର୍ବାଦ ଯୋଜନାରେ ପିଲାଟିକୁ ଅନ୍ତର୍ଭୁକ୍ତ କରାଇଛନ୍ତି। କିନ୍ତୁ ଉକ୍ତ ରାଶି ବ୍ୟାଙ୍କ ଖାତା ରେ ଜମା ରହୁଛି। କୈାଣସି ଅଭିଭାବକ ନଥିବା ଯୋଗୁଁ ଶିଶୁ ଟି ଉକ୍ତ ଟଙ୍କା କୁ ଉପଯୋଗ କରିପାରୁ ନାହିଁ। ବିଭିନ୍ନ କାମ ସହ ଶିଶୁ ଟି ଚଳିତ ବର୍ଷ ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା -୨୦୨୪ ଦେଇଛି। ଉପରୋକ୍ତ ସମସ୍ତ ବିଷୟକୁ ଆଖି ଆଗରେ ରଖି ଶିଶୁ ତରଫରୁ ଅଶୋକ କୁମାର ପଟ୍ଟନାୟକ ପିଲାଟି ର ଉଚିତ ଥଇଥାନ ନିମନ୍ତେ ଅନୁରୋଧ କରିଥିଲେ। ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଇ ଆଇନ୍ ସେବା ପ୍ରାଧିକରଣ ଙ୍କ ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ରାକେଶ କୁମାର ମୁଦୁଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ସହ ଚାଇଲ୍ଡ ଲାଇନ ଦ୍ବାରା ଶିଶୁଟି କୁ ଶିଶୁ ମଙ୍ଗଳ କମିଟି, ମାଲକାନଗିରି ଙ୍କ ନିକଟରେ ହଜାର କରାଇବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହା ସହିତ ସମୟ ସମୟରେ ଅନୁସରଣ କରି ଶିଶୁଟି କୁ ଯେପରି ଅସାମାଜିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସେ ଓ ତା’ର ଯତ୍ନ, ସୁରକ୍ଷା, ଶିକ୍ଷା,ସହ ଶିଶୁଟିର ସ୍ଥାବର ଅବସ୍ଥାର ସଂପତ୍ତିର କିପରି ସୁରକ୍ଷା କରାଯାଇ ପାରିବ,ସେଥି ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)