ଯଶୋବନ୍ତ ରଣାଙ୍କ ଯୋଗୁଁ ଥଇଥାନ ହେଲେ ଦୁଇ ଅନାଥ ଶିଶୁ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁ ରେ ରହୁଥିଲେ ଦୁଇ ଅନାଥ ଅସହାୟ ଶିଶୁ l ପିତା ଉଦ୍ଧବ କାଣ୍ଡ ଓ ମାତା ମୁକ୍ତା କାଣ୍ଡ ଦୁଇଙ୍କ ଦେହାନ୍ତ ପରେ ଦୁଇ ଶିଶୁ ଅସହାୟ ଜୀବନ ଯାପନ କରୁଥିଲେ l ପରିବାର କହିଲେ ଉଦ୍ଧବ ଓ ମୁକ୍ତା ଓ ସେମାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ l ବାର ବର୍ଷ ତଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୁକ୍ତାଙ୍କ ଦେହାନ୍ତ ହୋଇଥିବା ବେଳେ ଗତମାସ ଉଦ୍ଧବ ଙ୍କ ତେଲେଙ୍ଗାନା ରେ ଦେହାନ୍ତ ହୋଇଥିଲା l ନିଜର ବୋଲି ଜମିବାଡ଼ି ଖଣ୍ଡିଏ ମଧ୍ୟ ନଥିବାରୁ ଉଦ୍ଧବ ପ୍ରତିବର୍ଷ ତେଲେଙ୍ଗାନା ଯାଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ଏପଟେ ପୁଅ ଓ ଝିଅ ଗାଁ ରେ ରହୁଥିଲେ l ପିତା ଙ୍କ ଦେହାନ୍ତ ପରେ ଦୁଇ ପୁଅ ଝିଅ ଦେଖୁ ଦେଖୁ ଅନାଥ ହୋଇଗଲେ l ସେମାନେ ବହୁତ ଅସୁବିଧା ରେ ରହୁଥିବା ବିଷୟରେ ଜାଣିଲା ପରେ ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ରଙ୍କୁ ଅବଗତ କରିଥିଲେ l ଶିଶୁ ସୁରକ୍ଷା ଅଧୁକାରୀଙ୍କ ନିର୍ଦେଶ କ୍ରମେ ଗତକାଲି ସୁଧାଂଶୁ ମହାପାତ୍ର, ଗୁରୁପ୍ରସାଦ ନାଏକଙ୍କ ସହ ସମାଜସେବୀ ଯଶୋବନ୍ତ ରଣା ମାଂଝରି ଗାଁ କୁ ଯାଇ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ସମସ୍ତଙ୍କ ନିଷ୍ପତି କ୍ରମେ ପୁଅ ସିଦ୍ଧାନ୍ତଙ୍କୁ ଭବାନୀପାଟଣା ସ୍ଥିତ ଏକ ଆଶ୍ରମରେ ରଖି ପଢ଼ିବାର ବ୍ୟବସ୍ଥା କରାଗଲା l ଝିଅ ଟୁନି ଗାଁ ରେ ରହିବ l ସିଦ୍ଧାନ୍ତ ର ସମସ୍ତ ପଢ଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ l ସ୍ୱେଚ୍ଛାସେବୀଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି l

Leave a Reply

Your email address will not be published. Required fields are marked *