ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।

ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସେଥିମଧ୍ୟରୁ ଓଡିଆ ମାନଙ୍କର ନୂଆବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ, ଏହି ମାସ ସାରା ମା ମଙ୍ଗଳା ଙ୍କ ଉଦ୍ଦେଶ୍ୟରେ ମଙ୍ଗଳ ବାର ଦିନ ପଣା ଘରେ ଘରେ ଅର୍ପଣ କରାଯାଏ। ଘରର ସୁଗୃହିଣୀ ମାନେ ଏକତ୍ରିତ ହୋଇ ମା ମଙ୍ଗଳା ଙ୍କୁ ପୂଜା ଅର୍ଚ୍ଚନା କରି ପଣା ଭୋଗ ଅର୍ପଣ କରୁଥାନ୍ତି। ଏହି ମାସରେ ପଣା ସଂକ୍ରାନ୍ତି, ଅଶୋକାଷ୍ଟମୀ ଓ ରାମନବମୀ ଇତ୍ଯାଦି ପଡିଥାଏ। ଆଜି ପବିତ୍ର ଅଶୋକାଷ୍ଟମୀ ମଙ୍ଗଳ ବାର ପ୍ରତି ଘର ମାନଙ୍କ ଘରେ ପଣା ଦିଆ ଯାଉଥିବାର ଦେଖା ଯାଉଛି।