(କବି କେଶବ ଚନ୍ଦ୍ର ନାୟକ)

ଜୀବନ ଦୁଃଖ ପୂର୍ଣ୍ଣ
କେବେ ସୁଖ ଦେଇ ପାରିବ ନି
ଧନ- ସମ୍ପଦ -ପ୍ରାଚୁର୍ଯ୍ଯ -ସୁନ୍ଦରୀ ନାରୀ
କିବା ମଦ- ମାଂସ – ମୈଥୁନ…!!
ଯଦି ଜୀଇଁବାର ଅଛି
ଟିକେ ହସ
ଯେଉଁ ପରିସ୍ଥିତିରେ ଥାଅ ପଛେ
ନିଜକୁ ନିଜେ ସାନ୍ତ୍ଵନା ଦିଅ
ବିଷାଦ – ବିପଦ
ସମୁଦ୍ରର ଲହଡି ପରି
ଆସିବ ଆଉ ଯିବ
ଚିରସ୍ଥାୟୀ ନୁହେଁ….!!
ଏଇ ହୋଲି….
ଦେଖୁ ନା …. ସଭିଏଁ ଦୁଃଖ ଭୁଲି
ସାତ ରଙ୍ଗରେ ରଙ୍ଗେଇ ହୋଇ
ପରସ୍ପର ପ୍ରେମ ବାଣ୍ଟୁଛନ୍ତି ନିର୍ବିଘ୍ନରେ
ନା ଅଛି ସଂକିର୍ଣ୍ଣତା
ନା ଅଛି ଭେଦଭାବ…!!
ଶ୍ରୀ କୃଷ୍ଣ ପ୍ରେମମୟ ପୁରୁଷ
ସବୁଠି ଭଲ ପାଇବାର ଛିଟା
ହସ ହସ ବଦନ/ମିଠା ମିଠା କଥା
ପ୍ରେମ ବନ୍ଧନ ଠାରୁ କ’ଣ ଅଛି ଯେ
ଏ ପୃଥିବୀକୁ ଭଲ ପାଇବା
ଅବଦାନ ଶ୍ରୀକୃଷ୍ଣଙ୍କ ର…?
ଭଲ ପାଅ ଅନାବିଳ
ସ୍ନେହ କର ନିଃସ୍ଵାର୍ଥପର
ଢାଳି ଦିଅ ମମତା
ଆକାଶ ଭର୍ତ୍ତି…..
ଶତ୍ରୁ ବି ତା ଭୁଲ ବୁଝି
ମିତ୍ରତାର ହାତ ବଢାଇବ
ଦିନେ ନା ଦିନେ…..!!
ପ୍ରେମ ର ତର୍ଜମା କର
ଏ କେମିତିକା ପ୍ରେମ…..
ସୁଦାମ ଆଉ ଶ୍ରୀକୃଷ୍ଣ
କୁବ୍ଜା ଆଉ ଗୋବିନ୍ଦ
ଶ୍ରୀରାଧା ଆଉ ବଂଶୀଧର
ଗୋପୀ ଆଉ କଦମ୍ବ ମୂଳିଆ
ଯଶୋଦା ଆଉ ବାଳ ମୁକୁନ୍ଦ
ଗୋଗୋଷ୍ଠ ଆଉ ଗୋପାଳ
ସବୁଠି ଅତୁଟ ପ୍ରେମ….!!
ବିଶ୍ବ ପ୍ରେମ…!
ମାନବ ପ୍ରେମ….!!
ଯେଉଁଠି ଘୃଣା -ପରଶ୍ରୀ କାତରତା
ପର ଚର୍ଚ୍ଚା- ବିଭତ୍ସର ସଙ୍କେତ ଶୂନ୍ୟ
ଏମିତି ଏ ହୋଲି/ଯେଉଁଠି
ହାର ମାନେ ଆସୁରିକ ଶକ୍ତି
ବାଧା ବିଘ୍ନ ବିଧ୍ବଂସ ଅପସରୀ ଯାଏ
ପ୍ରେମ ପ୍ରହରେ…!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭