ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।

ମହାନ ସଂସ୍କୃତି,ଏୈତିହ୍ୟ,ପରମ୍ପରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ ପାଖରେ ପାଳିତ ପୁରାଣ ଅନୁସାରେ ଓଡ଼ିଶାରେ ସମସ୍ତ ପର୍ବପର୍ବାଣୀ ମଧ୍ୟରେ ବସନ୍ତ ଉତ୍ସବ ବା ଦୋଳପୂର୍ଣ୍ଣିମା ବା ଫଗୁ ପୂର୍ଣିମା ତଥା ହୋଲି ଏକ ମୁଖ୍ୟ ପର୍ବ। ନିଜେ ମହାପ୍ରଭୁ ମଧ୍ଯ ଫଗୁ ବା ରଙ୍ଗ ଖେଳିଛନ୍ତି। ସେହି ଦୋଳପୂର୍ଣ୍ଣିମା ଓ ହୋଲି ରେ ବିଭିନ୍ ପ୍ରକାର୍ ପ୍ରଥା ର ପ୍ରଚଳନ କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ସ୍ଥାନରେ ପାଳିତ ହୁଏ। ପୁରାଣ ପ୍ରଥା ଅନୁସାରେ ବିମାନରେ ବିଜେ ଦୋଳଗୋବିନ୍ଦ ନିଜ ପତ୍ନୀ ଙ୍କୁ ସାଙ୍ଗରେ ଧରି ଫଗୁ ଦଶମୀ ଠାରୁ ଘର ଘର ଘର ବୁଲି ଭୋଗ ଖାଇ ଅବିର ଖେଳିବା ହୋଲି ପର୍ଯ୍ୟନ୍ତ ପାଳନ ହୁଏ। ଓଡ଼ିଶାର ସହର ଓ ଗ୍ରାମାଞ୍ଚଳରେ ବଡ଼ ନିଆରା ଢଙ୍ଗରେ ଏହା ର ପାଳନ କରାଯାଏ। ଏହି ଦୋଳପୂର୍ଣ୍ଣିମା ଯାଦବ ବା ଗୋପାଳମାନଙ୍କର ମୁଖ୍ୟ ପର୍ବ । ସେମାନେ ମାନସିକ କରି ନିଷ୍ଠାରେ ରହି ମା ଙ୍କ ପାଖରେ ଅଧିଆ ପଡି ଆଶିର୍ବାଦ ଲାଭ କରି ଆସି ଅସମ୍ଭବ କାମ କରିଥାନ୍ତି। ଜଳନ୍ତା ନିଆଁ ରେ ହେଉଥିବା କ୍ଷୀରି ହାତ ପୁରାଇ ରାନ୍ଧିବା ନିଆଁ ରେ ଚାଲନ୍ତି। ଏହି ଦିନ ମେଣ୍ଢା କୁଡିଆ ପୋଡ଼ା ,ନୁତନ ପଞ୍ଜିକା ଖଡି ରତ୍ନ୍ ଙ୍କ ଦ୍ଵାର ପଠନ ଓ ଶେଷରେ ଗୋପାଳ ମାନଙ୍କର ଲହୁଡି ନାଚ ବଡ଼ ଚମତ୍କାର। ମହାପ୍ରଭୁ ତାଙ୍କ ଲୀଳା ରେ ଯେମିତି ରଙ୍ଗ ଖେଳିଥିଲେ ସେହି ପ୍ରଥା ଅନୁସାରେ ପୂର୍ଣ୍ଣମୀ ପର ଦିନ ସମସ୍ତେ ଖୁସିରେ ରଙ୍ଗ ବା ଫଗୁ ବା ହୋଲି ଖେଳି ଥାନ୍ତି।କହନ୍ତି ଅବିର ଖେଳିବା ଦ୍ଵାରା ତ୍ଵଚା ଖରାର ପ୍ରକୋପ ରୁ ଓ ଚର୍ମ ରୋଗରୁ ରକ୍ଷା କରେ।