କବିତା

(କବି କେଶବ ଚନ୍ଦ୍ର ନାୟକ)

ଗୁଡ଼ାଏ ମିଠା ନଈରେ ଭାସୁଥିବା
ମନ ଇ କବିତାର ରୂପ ନିଏ
ନାନା ରଙ୍ଗ ରସ ହୋଇ
ଜହ୍ନଟା : କାହା ଦୃଷ୍ଟି ଭଙ୍ଗିରେ କେମିତି
ଭାବନା ଇ ଭିନ୍ନ
ଏଣୁ ତ କିଏ ଜହ୍ନ ରାତରେ
ପ୍ରେମ ପାଇଁ ସମୟଟା ସାରି ଦିଏ
କବିତା ଲେଖି ଲେଖି….!!
କବିତା:କିଛି ଅଳ୍ପ ଶବ୍ଦରେ
ବଖାଣି ହୁଏ – ପାହାଡ଼େ କଥା
କହି ହୁଏ – ଆକାଶ ଭରି ଅନ୍ତରର ଭାଷା
ଗୁଡ଼ାଏ ଲେଖିବାକୁ ସମୟ ନାହିଁ…!!
କବିତା: କେବେ ପ୍ରେମ – ପ୍ରତାରଣା
– ବିରହ – ବିଚ୍ଛେଦ ହୋଇ ପାରେ
କେବେ ଲୁହ ହୋଇ ସଂଘର ବି ହୋଇ ପାରେ
କେବେ ସ୍ୱର୍ଗୀୟ ଆନନ୍ଦରେ
ଆକାଶକୁ ଛୁଇଁ ହୁଏ- କେଇ ଧାଡି କବିତା….!!
କବିତା: ସକାଳେ ଫୁଲ ପରି ହସେ: ବାସେ
ପୁଣି ସଞ୍ଜରେ – ଦୁଃଖରେ – ମଉଳି ଯାଏ
କେବେ ବର୍ଷାରେ ଭିଜେ
ଖରାରେ ଶିଝେ
ପୁଣି ଶୀତରେ : ଘୋଡିଘାଡି ଶୋଇ ସ୍ବପ୍ନ ଦେଖେ
ନିଜ ପାଇଁ: ଆଉ ଝୁଣ୍ଟି ପଡିଥିବା ରାସ୍ତାରୁ
ଶିଳା ଖଣ୍ଡ ଉଠାଇବା ପାଇଁ….!!
କବିତା:କେବେ ବିମୁଗ୍ଧ କରେ
ଫଗୁଣ ପରି ସଜେଇ ହୁଏ
ଫୁଲରେ/ପୁଣି ଜୀଇଁବାର ସମ୍ଭାବନାକୁ
ଆଶା ସଞ୍ଚାରିତ କରେ
କେବେ ଘାସକୁ ଦ୍ରୁମ କରେ
କେବେ ବାଲି ରେଣୁରେ ବି ଖୋଜେ
ସ୍ବପ୍ନର ଘର ତୋଳିବାକୁ…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *