ଚାଲ ଯିବା ବୁଲି କଟକ ବୈଶାଖୀ ବାଣିଜ୍ୟ ମେଳା।

ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।

ପର୍ବପର୍ବାଣୀ ମେଳା ମହୋତ୍ସବ ଭୋଜିଭାତ ରେ ସର୍ବଦା ମସଗୁଲ କଟକୀ। ବାର ମାସରେ ତେର ପର୍ବ ସାଙ୍ଗକୁ ଆମୋଦ ପ୍ରମୋଦ ନ ହେଲେ ଭଲ ଲାଗେନା।ଆଗକୁ ହୋଲି କିନ୍ତୁ ଏବେ କଟକ ବାରବାଟୀ ପଡିଆରେ କଟକ ବୈଶାଖୀ ବାଣିଜ୍ଯ ମେଳାରେ ଥଣ୍ଡା ପବନ ସାଙ୍ଗକୁ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ, ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ବିଭିନ୍ନ୍ ଦୋଳି ରେ ବସିବା ବୁଲିବା, କିଣାକିଣି କରିବା, ଆଉ ମଜାଦାର ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ବଡ଼ ଆନନ୍ଦ ର କଥା।

ଚଳିତ ବର୍ଷ ବୈଶାଖୀ ବାଣିଜ୍ଯ ମେଳାରେ ନୂଆ ନୂଆ ଷ୍ଟଲ୍ ମାନ ନୂଆ କମ୍ପାନୀ ର ଲାଗିଛି ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ୍ ଆୟୁର୍ବେଦ କମ୍ପାନୀ ମଧ୍ଯ ଆସିଛି। ସେଥିମଧ୍ୟରୁ ପିପିଲି ର ଚାଚା ମିର୍ଜା ସଇଦ ବେଗ ଙ୍କ ପ୍ରସିଦ୍ଧ ଗଣ୍ଠିଆ ତୈଳ ଯାହା ବୟସ୍କ ଲୋକମାନଙ୍କ ଆଣ୍ଠୁ ଗଣ୍ଠି ପାଇଁ ଏବଂ କେଶ ନ ଉପୁଡ଼ିବା ପାଇଁ ପ୍ରସିଦ୍ଧ ମନ୍ଦାର କେଶ ତୈଳ ର ଚାହିଦା ମଧ୍ଯ ଅଧିକ ରହିଛି। ଯାହାକି ପ୍ରମାଣିତ।ଚଳିତ ବର୍ଷ ନୂତନ ଭାବେ ଆସିଥିବା କଟକର ଟଙ୍କ ପାଣି ର ଚାହିଦା ଅଧିକ ଅଛି।

Leave a Reply

Your email address will not be published. Required fields are marked *