ପଦରବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ପଦରବାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ରଙ୍କ ପୌରହିତ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ପଞ୍ଚାୟତର ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତି ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭଗବାନଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥିଭାବେ ରଞ୍ଜନ କୁମାର ପାଣିଗ୍ରାହୀ , ସତ୍ୟବାହାନ ବିଷୋୟୀ, ବିଦ୍ୟାଳୟର ସଭାପତି କୈଳାସ ଦାସ ଯୋଗଦାନ କରିଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ମୋ ସ୍କୁଲ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯେଉଁ ସବୁ ସାହାଯ୍ୟର ହାତ ବଢାଇଛନ୍ତି ଏବଂ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ ବିଦ୍ୟାଳୟକୁ ସବୁକ୍ଷେତ୍ରରେ ସାହାଯ୍ୟ ସହଯୋଗ କରୁଥିବା ଯୋଗୁଁ ଶ୍ରୀ ପାତ୍ର ସମସ୍ତଙ୍କୁ ସାଧୁବାଦ ଜଣାଇବା ସହିତ ଓଡ଼ିଶା ସରକାର ବିଦ୍ୟାଳୟ ଗୁଡ଼ିକୁ ଯେଉଁଭୋଳି ଭାବେ ରୂପରେଖ ବଦଳିଦେଇଛନ୍ତି ଏବଂ ବେସରକାରୀ ବିଦ୍ୟାଳୟ ଅପେକ୍ଷା ବର୍ତ୍ତମାନ ସରକାରୀ ବିଦ୍ୟାଳୟ ଗୁଡିକରେ ଉଚ୍ଚ ମାନର ଶିକ୍ଷା ସହିତ ଡିଜିଟାଲ ଶିକ୍ଷା ମାଧ୍ୟମରେ ଛାତ୍ରିଛାତ୍ର ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି ସେଥିଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶିକ୍ଷକ ମିଟିକା ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଟୁନା ଦୋରା ଓ ଶିକ୍ଷୟତ୍ରୀ ବିନୋଦିନୀ ବେହେରା ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷୟତ୍ରୀ କଲ୍ୟାଣୀ କୁମାରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ଏ ପୁଷ୍ପଲତା , ସଂଗୀତା ପୃଷ୍ଟି , ସରସ୍ଵତୀ ଆଚାରୀ , କନକଲତା ମହାନ୍ତି , ସରିତା ଦାସ , ସୁଶ୍ରୀ ସଙ୍ଗୀତ ପାତ୍ର ଓ ରୁଚିଶ୍ରୀ ସେଠି କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ବିଦ୍ୟାଳୟର ପରିଚାଳନା କମିଟି ବୃନ୍ଦ ହେମଲତା ବିଷୋୟୀ , ଲକ୍ଷ୍ମୀ ସାହୁ ,ମଞ୍ଜୁଳା ଚୌଧୁରୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ ।

Leave a Reply

Your email address will not be published. Required fields are marked *