ପଡିଆ ଜିଲ୍ଲା ପରିଷଦ ସଭ୍ୟା ସୁରଭି ଭୌମିକ ହେଲେ ରାଜ୍ଯ ଛାତ୍ର ବିଜେଡ଼ି ର ସମ୍ପାଦିକା ।

ମାଲକାନଗିରି :  ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଏକମାତ୍ର ଜିଲା ପରିଷଦ ଜୋନ୍ ର ସଭ୍ୟା ସୁରଭୀ ଭୌମିକଙ୍କୁ ବିଜେଡ଼ି ସୁପ୍ରିମୋ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବିଭାଈ) ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦିକା ଦାୟିତ୍ୱ ଦେଇଛନ୍ତି । ପଡ଼ିଆ ବ୍ଲକ ବିଜେଡି କର୍ମକର୍ତ୍ତାଙ୍କ ଦ୍ବାରା ସୋମବାର ଦିନ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। । କାର୍ଯ୍ୟକ୍ରରେ ବ୍ଲକ ସଭାପତି ଏମ୍‌ଡି ଫାରୁକ, ଜିଲା ସାଧାରଣ ସମ୍ପାଦକ ନାକ ନୁକାଲ ରାଜୁ, ଜିଲା ସମ୍ପାଦକ ମେସାକ ରବି ମାଦ୍ରି, ପଞ୍ଚାୟତ ସଭାପତି ପୋଟଲ , ଦିଲୀପ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଡିଆ ବ୍ଲକ ବିଜେଡି ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି I

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *