ମାଲବ୍ୟନ୍ତ ଆର୍ଟିଷ୍ଟ ଆସୋସିଏସନ ତରଫରୁ ଦାବିପତ୍ର ପ୍ରଦାନ

ମାଲକାନଗିରି : ଆଜି ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିଏସନ ମାଥିଲି ତରଫରୁ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ନେଇ ମାଥିଲି ପଞ୍ଚାୟତ ସମିତି ଗାଷ୍ଠୀ ଉନ୍ନୟନ ଅଧିକାରୀ ହିମାଚଳ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକ, ପଞ୍ଚାୟତ ଓ ଗାଁ ଗାଁ ରେ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ହେଉ ଥିବା କାନ୍ଥ ଚିତ୍ରରେ ମାଥିଲି ବ୍ଲକର କାଳାକାରମାନଙ୍କୁ ଅଣଦେଖା କରାଯାଉଛି। ସ୍ଥାନୀୟ କଳାକାରମାନଙ୍କୁ କାର୍ଯ୍ୟ ରେ ନିୟୋଜନ କରିବାକୁ ସଂଘ ଦାବି କରିଛି।ବିଗତ ଦିନ ମାନଙ୍କରେ କିଛି ସ୍ୱାର୍ଥପର ଅଧିକାରୀ ମାନେ ଅନ୍ୟ ବ୍ଲକର କଳାକାରମାନଙ୍କୁ ଆଣି କମରେ ନିୟୋଜନ କରି ନିମ୍ନ ମାନର ପେଣ୍ଟିଂ କରାଉଛନ୍ତି । ଅନ୍ୟପକ୍ଷରେ ଠିକାଦାରମାନଙ୍କ ଜରିଆରେ କାମ କରାଉଛନ୍ତି, ଏହି ଠିକାଦାରମାନେ କାମ ସରିଗଲା ପରେ ଠିକ ସମୟରେ ଟଙ୍କା ମଧ୍ୟ ଦେଉ ନାହାଁନ୍ତି । ମାଥିଲି ସ୍ବାସ୍ଥ୍ୟ କେନ୍ଦ୍ରରେ ପେଣ୍ଟିଂ ବଦଳରେ ପରିବେଶ ହାନିକାରକ ଫ୍ଲେକ୍ସ ଲଗେଇ ଅଧିକ ଲାଭ ଖାଉଛନ୍ତି । ଏହି ପରି ବିଭିନ୍ନ ସମସ୍ୟା ନେଇ ମାଥିଲି ବ୍ଲକ କଳାକାର ତଥା ସଭାପତି ଗୁରୁବଟେ,ଉପ ସଭାପତି ପଦ୍ମନାଭ ନାୟକ, କୋଷାଧ୍ୟକ୍ଷ ଶବର ବାକା,କୋଡିନେଟର ନରେନ୍ଦ୍ର ଦଳେଇ, ସମ୍ପାଦକ ରମେଶ ବଟେ, ଡମୁ ଭୂମିଆ, ନରେନ୍ଦ୍ର ନାୟକ , ଦୁର୍ଯୋଧନ ପ୍ରମୁଖ ମିଳିତ ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମେଡିକାଲ ଅଫିସର, ପଞ୍ଚାୟତ ନିର୍ବାହ ଅଧିକାରୀ, ସି.ଡି.ପି.ଓ, ବି.ଭି.ଓ ଏବଂ ବି.ଇ.ଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଆଗାମୀ ଦିନରେ ସ୍ଥାନୀୟ ବ୍ଲକ କଳାକାରଙ୍କ ଅଣ ଦେଖା କରି ରାଜ୍ୟ, ଜିଲ୍ଲା କିମ୍ବା ଅନ୍ୟ ବ୍ଲକ କଳାକାରଙ୍କୁ ଆଣି ପେଣ୍ଟିଂ କାମ କରାଇଲେ ଆମେ ରାଜରାସ୍ତ କୁ ହଲ୍ଲାଇ ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସଂଘର ସଭାପତି ଗୁରୁ ବଟେ ପ୍ରକାଶ କରିଛନ୍ତି l

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *