୧୮ ବର୍ଷର ସ୍ୱପ୍ନକୁ ସାକାର ; ରୟାଲ ଚ୍ୟାଲେଞ୍ଜର୍ସକୁ ମିଳିଲା ସ୍ୱପ୍ନର IPL ଟ୍ରଫି

ଅମହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୧୮ ତମ ସିଜନର ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ।

IPL Final 2O25 – ୧୮ ବର୍ଷର ସ୍ୱପ୍ନକୁ ରୟାଲ ଷ୍ଟାଇଲରେ ପୂରଣ କରିଛି ଚ୍ୟାଲେଞ୍ଜର୍ସ । ଆଇପିଏଲର ୧୮ ତମ ସିଜନରେ ଟ୍ରଫି ହାତେଇ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତାହାସହ ଚୂରମାର୍ ହୋଇଯାଇଛି ପଞ୍ଜାବ କିଙ୍ଗସର ପ୍ରଥମ ଆଇପିଏଲ ଟ୍ରଫି ସ୍ୱପ୍ନ। ମାତ୍ର ରନରେ ଫାଇନାଲ ଫାଇଟରେ ଧରାଶାୟୀ ହୋଇଛି ଶ୍ରେୟସଙ୍କ ପଞ୍ଜାବ କିଙ୍ଗସ୍ । ବିଗ୍ ଫାଇଟରେ ବିରାଟଙ୍କ ଆରସିବି, ଫ୍ଯାନ୍ସଙ୍କ ଟ୍ରଫି ସ୍ୱପ୍ନରେ ଲଗାଇଛି ଡେଣା । ‘ଇସ ସାଲ କପ ନାମ ଦେ’ ଏବେ ବାସ୍ତବ ରୂପ ନେଇ ସାରିଛି । କୋଟି କୋଟି ପ୍ରଶଂସକଙ୍କ ମନରେ ଏବେ କେବଳ ଗୋଟିଏ କଥା ଆମେ ବି ଏବେ ଆଇପିଏଲ ଚାମ୍ପିଅନ ।

Leave a Reply

Your email address will not be published. Required fields are marked *