ରାଜଗାଙ୍ଗପୁର ନୀଳଚକ୍ର ଶାଖା ପକ୍ଷରୁ ସ୍ୱର୍ଗୀୟ ବ୍ରହ୍ମାନନ୍ଦ ପଣ୍ଡା ଙ୍କ ଶ୍ରାଦ୍ଧ ଦିବସ ପାଳିତ। ନୀଳଚକ୍ର ଶାଖା ସଭାପତି ଶସିରେଖା ସାମଲ ଙ୍କ ତତ୍ବାବଧାନରେ ଶାଖା ପରିସରରେ ନୀଳଚକ୍ର ଶାଖା ପ୍ରତିଷ୍ଠାତା ସ୍ୱର୍ଗୀୟ ବ୍ରହ୍ମାନନ୍ଦ ପଣ୍ଡା ଙ୍କ ୧୬ ତମ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ବି କେ ମାହାନ୍ତି ଯୋଗଦାନ କରି ସ୍ୱର୍ଗୀୟ ବ୍ରହ୍ମାନନ୍ଦ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉପସ୍ଥିତ ସଦସ୍ୟ ଓ ସାଧାରଣ ନାଗରିକ ଙ୍କୁ ସ୍ୱର୍ଗୀୟ ବ୍ରହ୍ମାନନ୍ଦ ପଣ୍ଡା ଙ୍କ ଜୀବନୀ ସମନ୍ଧରେ ବିସ୍ତୃତ ଭାବରେ ଆଲୋକପାତ କରାଇଥିଲେ କାର୍ଯ୍ୟକ୍ରମ ରେ ଶସିରେଖା ସାମଲ ଓ ଡଃ ବି କେ ମାହାନ୍ତି ଙ୍କୁ ନୀଳଚକ୍ର ଶାଖା ସଦସ୍ୟମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।

ସଭାକାର୍ଯ୍ୟ ସମ୍ପାଦକ ଶ୍ରୀ ଜୟକୃଷ୍ଣ ଜେନା ଙ୍କ ଦ୍ଵାରା ପରିଚାଳନା କରାଯାଏ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଜଗାଙ୍ଗପୁର ଓ ସ୍ଥାନୀୟ ଜନସାଧାରଣ ଓ ବହୁ ସଦସ୍ୟ ଉପସ୍ଥିତ ଥିଲେ।