ରାଜଗାଙ୍ଗପୁର ଧର୍ମପରାୟଣ ବରିଷ୍ଠ ନାଗରିକ ଙ୍କ ପବିତ୍ର ପ୍ରୟାଗରାଜ ଯାତ୍ରା

ରାଜଗାଙ୍ଗପୁର ଧର୍ମପରାୟଣ ବରିଷ୍ଠ ନାଗରିକ ଙ୍କ ପବିତ୍ର ପ୍ରୟାଗରାଜ ଯାତ୍ରା। ରାଜଗାଙ୍ଗପୁର ଆଇଟି କଲୋନୀ ସ୍ଥିତ ପ୍ରାୟ ୬୦ ଜଣ ଧର୍ମପରାୟଣ ବରିଷ୍ଠ ନାଗରିକ ଙ୍କ ବାବାମଣି ବସ୍ ଯୋଗେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଚାଲୁଥିବା ମହାକୁମ୍ଭରେ ପବିତ୍ର ଗଙ୍ଗା ସ୍ନାନ , କାଶି ବିଶ୍ଵନାଥ, ନୂତନ ଭବ୍ୟ ରାମ ମନ୍ଦିର ଠାରେ ପୂଜାପାଠ ଓ ଦର୍ଶନ କରି ଓଡ଼ିଶା ର ପବିତ୍ର ପୁରୀ ଧାମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ପ୍ରାୟ ସାତ ଦିନର କାର୍ଯ୍ୟକ୍ରମ ପରେ ରାଜଗାଙ୍ଗପୁର ଫେରିବେ ବୋଲି ଗୈତମ ମହାରଥୀ ସୁଚନା ଦେଇଥିଲେ।

ସମସ୍ତ ତୀର୍ଥଯାତ୍ରୀ ଙ୍କୁ ଆଇଟି କଲୋନୀ ଛକରେ ସ୍ଥାନୀୟ ବରିଷ୍ଠ ନାଗରିକ ଓ ଯୁବ ସଂଘ ପକ୍ଷରୁ ମାନସ ସାହୁ,ବାପି ସାମଳ, ପ୍ରମୋଦ ଭୂଇଁଆ,ପ୍ରଭାତ ବେହେରା, ସଞ୍ଜୟ ବିନୋଦ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ସହ ଯାତ୍ରା ସଫଳ ନିମନ୍ତେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *