ପରାକ୍ରମ ଦିବସ ପାଳିତ

ରାଜଗାଙ୍ଗପୁର ସହରରେ ପାଳିତ ହେଲା ପରାକ୍ରମ ଦିବସ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସୁବାଷ ଛକ ଠାରେ ଆଜି ୨୩ ୦୧ ୨୦୨୫ ତାରିଖ ରେ ସୁବାଷ ବୋଷଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ପୈରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମାଧୁରୀ ଲୁଗୁନ, ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶିଷ୍ଟ ଶିଳ୍ପପତି ସମାଜସେବୀ ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ ଏନ୍ ସି ସି କେଡର୍ର ଓ ରାଜଗାଙ୍ଗପୁର ଆଞ୍ଚଳର ସାଧାରଣ ନାଗରିକ, ବରିଷ୍ଠ ନାଗରିକ, ସ୍ବେଛାସେବୀ ସଂସ୍ଥା ପକ୍ଷରୁ ମାଲ୍ୟାର୍ପଣ କରାଯିବା ପରେ ଦେଶଭକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ନେତାଜୀଙ୍କ ଜୀବନି ସମନ୍ଧରେ ବିସ୍ତୃତ ଭାବରେ ସମସ୍ତ ଙ୍କୁ ଆଲୋକପାତ କରାଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂରେଜ ଶାସନ କାଳରେ ଆଜାଦ ହୀନ୍ଦ ଫୋଜ ଓ ଆଜାଦ ହୀନ୍ଦ ସରକାର ଗଠନ କରି ସମଗ୍ର ଦେଶରେ ଇଂରେଜ ଶାସନ ଦୋହଲାଇ ଦେଇଥିଲେ।୨୦୨୧ ମସିହା ରେ ତାଙ୍କ ର ଜନ୍ମ ଜୟନ୍ତୀ କୁ ପରାକ୍ରମ ଦିବସ ରୂପେ ପ୍ରତିବର୍ଷ ସର୍ବଭାରତୀୟ ସ୍ତରରେ ପାଳନ କରାଯାଇଥାଏ।ଜୟ ହିନ୍ଦ୍।

Leave a Reply

Your email address will not be published. Required fields are marked *