ରାଜଗାଙ୍ଗପୁର ସ୍ଵର୍ଗ ଦ୍ଵାର ଜମିକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ। ରାଜଗାଙ୍ଗପୁର ବାଣ୍ଟୁପଡା ବିବାଦୀୟ ସ୍ଵର୍ଗ ଦ୍ଵାର ଜମିକୁ ଜବରଦଖଲ ନେଇ ସ୍ଥାନୀୟ ଅଳର ଜନସାଧାରଣ ଓ ଆମ୍ବେଦକର କଲୋନୀ ବାସିନ୍ଦା ଙ୍କ ମଧ୍ୟରେ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି ଉକ୍ତ ଜମିର ମାଲିକାନା ଆମ୍ବେଦକର କଲୋନୀ ବାସିନ୍ଦା ଙ୍କ ଜମି ପଟ୍ଟା ଥାଇ ମଧ୍ୟ କିଛି ପ୍ରଭାବଶାଳୀ ଲୋକଙ୍କ ନାମରେ କିଛି ଜମି ତହସିଲ କାର୍ଯ୍ୟାଳୟରେ ରେଜିଷ୍ଟ୍ରି ହେବାଯୋଗୁଁ ଦୁଇ ପକ୍ଷ ମୁହାଁମୁହିଁ ହୋଇ ବହୁ ବାର ପୈରପାଳିକା କାର୍ଯ୍ୟଳୟ, ତହସିଲ ଓ ପୋଲିସ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଥିଲେ ଉକ୍ତ ଜମି ସମନ୍ଧରେ ଆମ୍ବେଦକର କଲୋନୀ ବାସିନ୍ଦା ଅଭିଯୋଗ କ୍ରମେ ରାଜଗାଙ୍ଗପୁର ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଥାନା ପକ୍ଷରୁ ଏ ଏସ ଆଇ ଶ୍ରୀ ହେମନ୍ତ ଧିରୁଆ ଓ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଜମି ଡି ମାର୍କେସନ କରାଯାଇ ଉଭୟ ଙ୍କ ଜମି ସମନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରି ଜମି ର କାଗଜ ପତ୍ର ଅନୁସାରେ ଅବଗତ କରାଇଥିଲେ ମାତ୍ର କିଛି ଲୋକ ଏହାକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟ ରେ ଦ୍ଵାରସ୍ଥ ହେବେ ବୋଲି ସୁଚନା ଦେଇଥିଲେ।
