ରାଜଗାଙ୍ଗପୁର ତହସିଲଦାର ଙ୍କ ଦ୍ଵାରା ଟ୍ରାକ୍ଟର ଜବତ

ରାଜଗାଙ୍ଗପୁର ତହସିଲଦାର ଙ୍କ ଦ୍ଵାରା ଟ୍ରାକ୍ଟର ଜବତ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାବାଛକ ନିକଟରେ ସ୍ଵର୍ଗଦ୍ଵାର ସର୍ବସାଧାରଣଙ୍କ ଜମିରେ ବେ ଆଇନ ବାଲି ଗଛିତ ଓ ପରିବହନ କରୁଥିବା ଟ୍ରାକ୍ଟର ନଂ OD14 U 8575 ଗାଡ଼ି ର ଡ୍ରାଇଭର କୁ ବାଲି ଓ ଟ୍ରାକ୍ଟର ସମନ୍ଧରେ ରାଜଗାଙ୍ଗପୁର ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ କାଗଜପତ୍ର ମାଗିଥିଲେ ମାତ୍ର ଡ୍ରାଇଭର ସମ୍ବନ୍ଧିତ କାଗଜ ପତ୍ର ଦେବାରେ ବିଫଳ ହେବାଯୋଗୁଁ ଉପସ୍ଥିତ ଏ ଏସ ଆଇ ଶ୍ରୀ ହେମନ୍ତ ଧିରୁଆ ଙ୍କୁ ଟ୍ରାକ୍ଟର ଜବତ କରିବାପାଇଁ ନିର୍ଦ୍ଦେଶ ଦେବାପରେ ପୋଲିସ ଦ୍ୱାରା ବାଲି ବୋଝେଇ ଟ୍ରାକ୍ଟର ଜବତ କରି ରାଜଗାଙ୍ଗପୁର ଥାନାକୁ ପଠାଇଥିଲେ।

ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳ ରେ ବିଭିନ୍ନ ଗାଡ଼ି ଦ୍ଵାରା ବେ ଆଇନ ବାଲି ଗଛିତ ଓ ପରିବହନ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *