ରାଜଗାଙ୍ଗପୁର ଲାଳ ବାବା ମଜାର ପରିଦର୍ଶନ କଲେ ଶିଳ୍ପପତି। ଓଡ଼ିଶା ତଥା ଭାରତ ବର୍ଷର ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଶ୍ରୀ ଯୁକ୍ତ ଦୀପ୍ତି ରଞ୍ଜନ ପଟ୍ଟନାୟକ ରାଜଗାଙ୍ଗପୁର ପ୍ରସିଦ୍ଧ ଲାଳ ବାବା ମଜାର ପରିଦର୍ଶନ କରି ଏଠାକାର ଲୋକମାନଙ୍କ ଭାଇଚାରାର ସର୍ବଧର୍ମ ସମାନତା ଓ ପରିବେଶ କୁ ପ୍ରଶଂସା କରିଥିଲେ।ସେ ମଜାର କମିଟି ର ବରିଷ୍ଠ ସକ୍ରିୟ ସଦସ୍ୟ ଭାବରେ ସଦସ୍ୟତା ନିମନ୍ତେ କମିଟି ରେଜିଷ୍ଟ୍ରାର ରେ ଦସ୍ତଖତ କରି ସମସ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ ଓ ସହାୟତା ପ୍ରଦାନ ପାଇଁ ଲାଳ ବାବା ମଜାର କମିଟି ର ସଭାପତି ଷ୍ପାକ ଗୁଡ୍ଡା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ କମିଟି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କମିଟି ର ସଦସ୍ୟ ଉପସ୍ଥିତ ଥିଲେ।