ରାଜଗାଙ୍ଗପୁର ଲମଲୋଇ ଅନ୍ତିମ ଫୁଟବଲ ଖେଳ ଅନୁଷ୍ଠିତ

ରାଜଗାଙ୍ଗପୁର ଲମଲୋଇ ଅନ୍ତିମ ଫୁଟବଲ ଖେଳ ଅନୁଷ୍ଠିତ। ରାଜଗାଙ୍ଗପୁର ବ୍ଳକ ଲମଲୋଇ ଖେଳପଡିଆ ଠାରେ ପୁର୍ବତନ ବ୍ଳକ ସଭାପତି ବସନ୍ତ ଟୋପୋ ଙ୍କ ତତ୍ବାବଧାନରେ ଜୟ ଜଗନ୍ନାଥ କ୍ଳବ୍ ଅନୁକୂଳ ରେ ଅନ୍ତିମ ଫୁଟବଲ ଖେଳ ପ୍ରତିଯୋଗିତାରେ ତୁଡାଲଗା ଓ ରାନଥୁପଡା ମଧ୍ୟରେ ଅନୁଷ୍ଠିତ ହୋଇ ନିର୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେବାରେ ସମର୍ଥ ନ ହେବାରୁ ପେନାଲଟିକ ସଟ୍ ଜରିଆରେ ତୁଡାଲଗା ବିଜେତା ହେଇଥିଲା ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କମଲ ଅଗ୍ରୱାଲ ସମ୍ମାନୀୟ ଅତିଥି ଭାବେ ଶୁସିଲା ଟୋପୋ, ଆରତୀ ଟୋପୋ ସାବିତ୍ରୀ ସିଂ ଆନନ୍ଦ ବହିଦାର ଓଆଇଏସ ଏଲ ପିଆ ବିଭାଗ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ସମସ୍ତ ଖେଳ ପ୍ରତିଯୋଗିତା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା ସମସ୍ତ ଅତିଥି ଙ୍କୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ନାଚ ଗୀତ ତାଲେ ତାଲେ ସ୍ଵାଗତ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *